Latest Odisha News

BREAKING NEWS

ଜଙ୍ଗଲ ନିଆଁ ରୋକିବ ଭର୍ମି କମ୍ପୋଷ୍ଟ ୟୁନିଟ !

ବୌଦ୍ଧ: ବର୍ତ୍ତମାନ ରାଜ୍ୟରେ ଜଙ୍ଗଲ ନିଆଁ ଏକ ଚିନ୍ତାଜନକ ପ୍ରସଙ୍ଗ । ତେବେ ଏହି ଜଙ୍ଗଲ ନିଆଁକୁ ରୋକିବାକୁ ବୌଦ୍ଧ ଜିଲ୍ଲା ବନ ବିଭାଗ ଆପଣେଇଛି ଏକ ଭିନ୍ନ ଉପାୟ । ବିଲରେ ଲାଗିଥିବା ନିଆଁରେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବହୁ ମୁଲ୍ୟବାନ ଗଛ ପୋଡି ନଷ୍ଟ ହେଉଛି । ଜଙ୍ଗଲରେ ନିଆଁ ଲାଗିବାରୁ ଉତ୍ତାପ ମଧ୍ୟ ବଢୁଛି ।

ଜମିରୁ ଧାନ କାଟି ସାରିବା ପରେ ବିଲରେ ନିଆଁ ଲଗାଇ ଦେଉଛନ୍ତି ଲୋକେ । ସେହି ନିଆଁ ଯାଇ ଜଙ୍ଗଲରେ ଲାଗୁଛି । ଫଳରେ ଜଙ୍ଗଲ ପୋଡ଼ିବା ସହ ନଷ୍ଟ ହୋଇଯାଉଛି ବହୁ ମୁଲ୍ୟବାନ ଗଛ । ଏଣୁ ଏହାକୁ ରୋକିବାକୁ ଏବେ ଭିନ୍ନ ଉପାୟ ଆପଣେଇଛି ବନ ବିଭାଗ । ଜିଲ୍ଲାର ୧୦୬ ଗୋଟି ଭର୍ମି କମ୍ପୋଷ୍ଟ ୟୁନିଟ ଖୋଲାଯାଇଛି । ଯାହାଦ୍ୱାରା ଜଙ୍ଗଲ ପୋଡିକୁ ରୋକାଯାଇ ପାରିବ ବୋଲି ଡିଏଫଓ କହିଛନ୍ତି । ବିଲରେ ପଡିଥିବା ପାଳକୁ ସଂଗ୍ରହ କରି ସେଥିରୁ ଏବେ ମହିଳାମାନେ ପ୍ରସ୍ତୁତ କରୁଛନ୍ତି ଜିଆଖତ । ଆଉ ସେମାନଙ୍କଦ୍ୱାରା ପ୍ରସ୍ତୁତ ଜିଆ ଖତକୁ ଉଚିତ ମୁଲ୍ୟରେ କ୍ରୟ କରିନେଉଛି ବନ ବିଭାଗ । ଯାହା ଫଳରେ ବିଲରେ ପଡିଥିବା ପାଳରେ ନିଆଁ ଲାଗି ଜଙ୍ଗଲ ପୋଡିବ ନାହିଁ ।

ତେବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ୟୁନିଟରେ ପରିଶ୍ରମ କରି ପ୍ରସ୍ତୁତ କରୁଛନ୍ତି ଜିଆ ଖତ । ଆଉ ଏହି ଜିଆ ଖତ ପ୍ରସ୍ତୁତ ପରେ ତାକୁ କିଣୁଛି ବନ ବିଭାଗ । ଘରେ ବସି ରହିଥିବା ମହିଳାଙ୍କୁ ରୋଜଗାରର ଭଲ ମାଧ୍ୟମ ଦେଇଛି ଏହି ଭର୍ମି କମ୍ପୋଷ୍ଟ ୟୁନିଟ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଲରାଝୁଲି ଗାଁରେ ହୋଇଥିବା ଭର୍ମି କମ୍ପୋଷ୍ଟ ୟୁନିଟରେ ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ଜଣ ମହିଳା ଏବେ ୟୁନିଟରେ କାମ କରୁଛନ୍ତି । ପ୍ରତି ୧୫ଦିନରେ ସେମାନଙ୍କର ପରିଶ୍ରମରେ ପ୍ରସ୍ତୁତ ହେଉଛି ଜିଆଖତ । ଆଉ ସେହି ଖତକୁ ବିକ୍ରି କରି ଭଲ ଦୁଇ ପଇସା ଉପାର୍ଜନ କରିବା ସହ ପରିବାର ଚଳେଇ ପାରୁଛନ୍ତି ।

Comments are closed.