Latest Odisha News

BREAKING NEWS

ସନ୍ଧ୍ୟା ସୁଦ୍ଧା କଟକ-ଭୁବନେଶ୍ୱରରେ ପ୍ରବଳ ଛେଚିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବୁଧବାର ୧୨ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଲଘୁଚାପ ପ୍ରଭାବରେ ଟୁଇଟ ସିଟି ଭୁବନେଶ୍ୱର, କଟକରେ ସନ୍ଧ୍ୟା ୭ଟା ୪୫ ସୁଦ୍ଧା ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ବିଭାଗ । ସେହିପରି ଖେର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସୋନପୁର, ନୂଆପଡା, ସମ୍ବଲପୁର, କେନ୍ଦୁଝର, ନାୟାଗଡ, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସୋନପୁର, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଏହି ସମୟ ମଧ୍ୟରେ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ପଶିଯିବାର ଆଶଙ୍କା ରହିଛି । କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାରୁ ରାସ୍ତାରେ ଦୃଶ୍ୟମାନତା କମ ରହିପାରେ ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ ।

ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି, ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ହୋଇପାରେ । ତେଣୁ ପାଗକୁ ଦେଖି ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ବୌଦ୍ଧ, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝରରେ ଗୁରୁବାର ୮ଟା ୩୦ ସୁଦ୍ଧା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଠାରେ ୭ରୁ ୨୦ ସିଏମ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଜପତି, ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ମାଲକାନଗିରି, କୋରାପୁଟ, ରାୟଗଡା, ନୂଆପଡା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।ଏସବୁ ଜିଲ୍ଲାରେ ଏହି ସମୟ ମଧ୍ୟରେ ୭ରୁ ୧୧ ସେମି ମଧ୍ୟରେ ବର୍ଷା ହୋଇପାରେ ।

ସୂଚନାଥାଉ କି, ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପି ବୁଧବାର ବର୍ଷା ଲାଗି ରହିଛି ।  କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ କିଛି ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ରହିଛି ବର୍ଷା ପ୍ରଭାବ ।

Comments are closed.