Latest Odisha News

BREAKING NEWS

ଲୋକପ୍ରିୟ ମାଲାୟାଲମ ସିନେମା ଅଭିନେତା କଜାନ ଖାନଙ୍କର ହୃଦ୍‌ଘାତରେ ପରଲୋକ

ଥିରୁଭନନ୍ତୁପୁରମ: ଲୋକପ୍ରିୟ ମାଲାୟାଲମ ସିନେମାରେ ଖଳନାୟକ ଚରିତ୍ରରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିବା ଅଭିନେତା କଜାନ ଖାନଙ୍କ ପରଲୋକ ହୋଇଛି। ସୋମବାର ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଡକ୍ସନ୍ କଣ୍ଟ୍ରୋଲର୍ ତଥା ନିର୍ମାତା ଏନଏମ୍ ବାଦୁଶା ସୋସିଆଲ ମିଡିଆ ଜରିଆରେ ଏହି ଦୁଃଖଦ ସୂଚନା ଦେିଛନ୍ତି।

କଜାନ ଖାନଙ୍କ ବିୟୋଗରେ ସାଉଥ୍ ସିନେମା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଭେଟେରାନ ଅଭିନେତାଙ୍କ ଦେହାନ୍ତରେ ଫିଲ୍ମ ଇଣ୍ଡଷ୍ଟ୍ରିର ସାଥି କଳାକାର ଓ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି।  ଗତକାଲି ଜୁନ୍ ୧୨ ଏନଏମ ବାଦୁଶା ଫେସବୁକ ପୋଷ୍ଟ ମାଧ୍ୟମର କଜାନଙ୍କର ଦେହାନ୍ତ ହୋଇଥିବା  ସୂଚନା ଦେଇଥିଲେ। କଜାନଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କ ବିୟୋଗରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ।

ଅଧିକାଂଶ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି କଜାନ

କଜାନ ଖାନ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସଫଳ ଚଳଚ୍ଚିତ୍ରରେ କାମ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ଗାନ୍ଧର୍ବମ, ସିଆଇଡି ମୂଶା, ଦ କିଙ୍ଗ୍‌, ବର୍ଣ୍ଣାପକିତ୍ତୁ, ଡ୍ରିମ୍ସ, ଦି ଡନ୍, ମାୟାମୋହିନୀ, ରାଜଧିରାଜା, ଇଭାନ୍ ମରିଦରମନ୍, ଓ ଲୈଲା ଓ ଭଳି ଅନେକ ମାଲାୟାଲମ୍ ଚଳଚ୍ଚିତ୍ର ଅନ୍ୟତମ। ଅନେକ ଫିଲ୍ମରେ ଭୟାନକ ଖଳନାୟକ ଭୂମିକାରେ ଅଭିୟନ କରି ସେ ଖୁବ୍ ଲୋକପ୍ରିୟ ହୋଇଥିଲେ।

ମାଲାୟାଲମ୍ ସହ ତାମିଲ ଓ କନ୍ନଡ ଫିଲ୍ମରେ କରିଥିଲେ ଅଭିନୟ

ତାମିଲ ଚଳଚ୍ଚିତ୍ର ସେନ୍ଥମିଜ ପାଟ୍ଟୁ ସହିତ କାଜାନ ଖାନ ସିଲଭର ସ୍କ୍ରିନରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ୧୯୯୨ରେ ମୁକ୍ତିଲାଭ କରିଥିଲା। ମାଲାୟାଲମ ବ୍ୟତୀତ ସେ ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରାୟ ପଚାଶ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କଜାନଙ୍କ ମୃତ୍ୟୁରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀ ଜଣେ ମହାନ ଅଭିନେତାଙ୍କୁ ହରାଇଛି। ତେବେ ତାଙ୍କର ଅନ୍ତିମ ସଂସ୍କାର ବିଷରେ କୌଣଶି ଅପଡେଟ୍ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.