ବେଙ୍ଗାଲୁରୁ: ୫୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବିଶିଷ୍ଟ ବହୁଭାଷୀ ଚଳଚ୍ଚିତ୍ର ଅଭିନେତ୍ରୀ ଅଭିନାୟା ଶାରଦେ ଜୟନ୍ତୀଙ୍କ ସୋମବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଏ ନେଇ ଜୟନ୍ତୀଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ସେ ପାଞ୍ଚ ଭାଷାରେ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହି ୭୬ ବର୍ଷିୟା ଅଭିନେତ୍ରୀ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ।
ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପା ଟ୍ୱିଟ୍ କରି କହିଛନ୍ତି, “ପ୍ରଖ୍ୟାତ ଭେଟେରାନ୍ କଳାକାର ଜୟନ୍ତୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ଦେହାନ୍ତ କନ୍ନଡ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ଘଟାଇଛି। “
Comments are closed.