Latest Odisha News

BREAKING NEWS

ଦିଲ୍ଲୀ ଏମ୍ସ୍‌ରୁ ଡିସଚାର୍ଜ ହେଲେ ଆଡଭାନୀ

ନୂଆଦିଲ୍ଲୀ: ସୁସ୍ଥ ହୋଇ ଘରକୁ ଫେରିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀ ଏମ୍ସର ଘରୋଇ ୱାର୍ଡରୁ ଡିସଚାର୍ଜ ହୋଇ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି।

ସୂଚନା ଅନୁସାରେ, ୯୬ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଏମ୍ସର ଜେରିଆଟ୍ରିକ୍ ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । ତେବେ ଡାକ୍ତର ତାଙ୍କୁ ନୀୟମିତ ଚେକଅଫ୍ ପାଇଁ ଆସିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପରିବାର ପକ୍ଷରୁ କୁହାଯାଇଛି ବୟସଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ।ତେବେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି ।

Leave A Reply

Your email address will not be published.