Latest Odisha News

BREAKING NEWS

କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: ନିଷ୍ଠୁର କରୋନା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ । ୮୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ୧୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ବସନ୍ତ ଦାସ । ସେ ହୋମ କ୍ୱାରେଣ୍ଟାଇନ୍‌ରେ ଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସାମ୍ବାଦିକ ସହ ସେ ଜଣେ ଉଚ୍ଚକୋଟୀର ଲେଖକ ବି ଥିଲେ ବସନ୍ତ ଦାସ । ପାଖାପାଖି ୧୬ଟି ପୁସ୍ତକ ସେ ରଚନା କରିଛନ୍ତି । ନିକଟରେ ସେ ରଚନା କରିଥିଲେ ‘ପଲିଟିକାଲ୍ ହିଷ୍ଟ୍ରି ଅଫ୍ ମଡର୍ଣ୍ଣ’ ଓଡ଼ିଶା ପୁସ୍ତକ । ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଆଓ୍ୱାର୍ଡ ପାଇଥିଲେ । ଯେ ଦେଶେ ଯାଇ ସେ ଫଳ ଖାଇ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

Leave A Reply

Your email address will not be published.