Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…

ନୂଆଦିଲ୍ଲୀ: ପ୍ରସିଦ୍ଧ ଭାରତୀୟ ସାମ୍ବାଦିକ ତଥା ଲେଖକ ମାର୍କ ଟୁଲିଙ୍କର ରବିବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସତୀଶ ଜାକବ ସୂଚନା ଦେଇଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

ତେବେ ସେ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ଗତ ଜାନୁଆରୀ ୨୧ ତାରିଖରେ ତାଙ୍କୁ ସାକେତର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ଅପରାହ୍ନ ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କୁ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା।”

ଟୁଲିଙ୍କ ଜନ୍ମ ୨୪ ଅକ୍ଟୋବର ୧୯୩୫ରେ କଲିକତାରେ ହୋଇଥିଲା ଏବଂ ସେ ୨୨ ବର୍ଷ ଧରି ବିବିସିର ନୂଆଦିଲ୍ଲୀ ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ଏଥିସହିତ ସେ ବିବିସି ରେଡିଓ ୪ କାର୍ଯ୍ୟକ୍ରମ “ସମଥିଂ ଅଣ୍ଡରଷ୍ଟୁଡ୍” ର ଜଣେ ପ୍ରସିଦ୍ଧ ଲେଖକ ଏବଂ ଉପସ୍ଥାପକ ମଧ୍ୟ ଥିଲେ। ତେବେ ସେ ଭାରତ, ବ୍ରିଟିଶ ରାଜ ଏବଂ ଭାରତୀୟ ରେଳବାଇ ଭଳି ବିଷୟଗୁଡ଼ିକୁ କଭର କରୁଥିବା ଅନେକ ଡକ୍ୟୁମେଣ୍ଟାରୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଟୁଲିଙ୍କୁ ୨୦୦୨ ମସିହାରେ ନାଇଟ୍ ଉପାଧି ଦିଆଯାଇଥିଲା ଏବଂ ୨୦୦୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ମଧ୍ୟ ପ୍ରଦାନ କରିଥିଲେ। କେବଳ ଏତିକି ନୁହେଁ ସେ ଭାରତ ଉପରେ ମଧ୍ୟ ଅନେକ ପୁସ୍ତକ ଲେଖିଛନ୍ତି। ଯେଉଁଥିରେ “ନୋ ଫୁଲ୍ ଷ୍ଟପ୍ସ ଇନ୍ ଇଣ୍ଡିଆ”, “ଇଣ୍ଡିଆ ଇନ୍ ସ୍ଲୋ ମୋସନ୍” ଏବଂ “ଦି ହାର୍ଟ ଅଫ୍ ଇଣ୍ଡିଆ” ଇତ୍ୟାଦି ସାମିଲ ରହିଛି।

 

Comments are closed.