Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ଉପରେ ବର୍ଷିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଚାରାଧୀନ ବିଲ୍ ଗୁଡିକୁ ନେଇ ରାଷ୍ଟ୍ରପତି ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ। ସୁପ୍ରିମକୋର୍ଟ ପ୍ରଥମ ଥର ଏପ୍ରିଲ ୮ରେ  ଏକ ପର୍ଯ୍ୟବେକ୍ଷଣରେ ଏଭଳି ପରାମର୍ଶ ଦେଇଥିଲେ।

ତେବେ ଏହାକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ବିରକ୍ତିଭାବ ପ୍ରକାଶ କରି କହିଛନ୍ତି ଯେ ଭାରତ କେବେ ବି ଏପରି ଗଣତନ୍ତ୍ର ରାଷ୍ଟ୍ରର କଳ୍ପନା କରିନଥିଲା। ଆମର ଏମିତି  ବିଚାରପତିମାନେ  ଅଛନ୍ତି ଯେଉଁମାନେ ଆଇନ ତିଆରି କରିବେ, କାର୍ଯ୍ୟନିର୍ବାହୀ ମାନେ କାର୍ଯ୍ୟ କରିବେ ଓ ସମସ୍ତେ ମିଶି ଏକ ‘ସୁପର ପାର୍ଲାମେଣ୍ଟ’ ତିଆରି କରିବେ ଓ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ଙ୍କର କୌଣସି ଉତ୍ତରଦାୟିତ୍ୱ ରହିବ ନାହିଁ କାରଣ ଦେଶର ଆଇନ ସେମାନଙ୍କ ଉପରେ ପ୍ରଯୁଜ୍ୟ ନୁହେଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବାକୁ କୁହାଯାଉଛି ଓ ଯଦି ତାହା ସମ୍ଭବ ନ ହେଉଛି ତେବେ ନୂଆ ଆଇନ ତିଆରି କରାଯାଉଛି। ଦେଶରେ କଣ ଘଟୁଛି ଓ ଆମେ କେଉଁ ଆଡକୁ ଅଗ୍ରସର ହେଉଛୁ। ଏଥିପାଇଁ ଆମକୁ ସମ୍ବେଦନଶୀଳ ହେବାକୁ ପଡିବ।

ତେବେ ଏସବୁ ମଧ୍ୟରେ ରାଷ୍ଟ୍ରପତିଙ୍କ ପଦବୀ ବହୁତ ଉଚ୍ଚ ଓ ସେ ଅତ୍ୟନ୍ତ ସମ୍ମାନନୀୟ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ସେ ମନେ ପକାଇ ଦେଇଥିଲେ।

 

Comments are closed.