Latest Odisha News

BREAKING NEWS

ବିଗିଡିଲା ଉପରାଷ୍ଟ୍ରପତିଙ୍କ ସ୍ଵାସ୍ଥ୍ୟବସ୍ଥା, ଏମ୍ସରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ବିଗିଡିଲା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସ୍ୱାସ୍ଥ୍ୟବସ୍ଥା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି । ତାଙ୍କ ହାର୍ଟରେ ଅଚାନକ କଷ୍ଟ ଅନୁଭବ ହେବାରୁ ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କ ହାର୍ଟରେ ଷ୍ଟଣ୍ଟ ଭର୍ତ୍ତି କରାଯାଇଛି । ରାତିରେ ଶୋଇବା ସମୟରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଜଗଦୀପ । ତେଣୁ ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସର ହୃଦ୍‌ରୋଗ ବିଭାଗରେ ଏବେ ସେ ଚିକିତ୍ସିତ ଅଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି । ଏମ୍ସ ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ରାଜୀବ ନାରଙ୍ଗଙ୍କ ତତ୍ତ୍ୱାବଧାନରେ ଉପରାଷ୍ଟ୍ରପତିଙ୍କ ଚିକିତ୍ସା କରାଯାଉଛି। ତାଙ୍କୁ କ୍ରିଟିକାଲ୍ କେୟାର ୟୁନିଟ୍ (ସିସିୟୁ)ରେ ରଖାଯାଇଛି। ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି।

 

Comments are closed.