Latest Odisha News

ଭାରତ-ପାକ୍‌‌ ସୀମାନ୍ତରେ ଯବାନଙ୍କୁ ଭେଟିବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦୁଇ ଦିନିଆ ଜୈସଲମେର ଗସ୍ତରେ କରିବେ। ଆସନ୍ତାକାଲି (ଜୁନ ୧୩) ଜୈସଲମେର ଗସ୍ତ କରିବେ ଜଗଦୀପ ଧନଖଡ । ଧନଖଡଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଏବଂ ସୀମା ସୁରକ୍ଷା ବଳ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ ଧନଖଡ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟକୁ ଯାଇ ସେଠାରେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ ଭେଟିବେ।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପ୍ରତାପ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଥିଲେ। ଏହି ବୈଠକରେ ଜିଲ୍ଲା ପ୍ରଶାସନ ଏବଂ ବିଏସଏଫ ସମେତ ଅନେକ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା କଲେକ୍ଟର କହିଛନ୍ତି ଯେ ଗୁରୁବାର ଦିନ ଜୈସଲମେରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ସିଧା ତନୋଟ ମାତାଙ୍କ ମନ୍ଦିର ପରିଦର୍ଶନ ପରେ ପ୍ରାର୍ଥନା କରି ସ୍ୱତନ୍ତ୍ର ପୂଜା କରିବେ। ଏହା ପରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଜୈସଲମେର ଯିବେ ଏବଂ ସେଠାରେ ସେ ଡବଲା ସ୍ଥିତ ବିଏସଏଫ ମୁଖ୍ୟାଳୟ ଯିବେ। ବାବଲିୟାନ୍ ସୀମା ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କୁ ଭେଟିବା ପାଇଁ ସୀମାନ୍ତକୁ ଯିବେ ଏବଂ ସେନାଙ୍କୁ ଭେଟିବା ପରେ ସେ ବିଏସ୍ଏଫ୍ ବିଶ୍ରାମ ଗୃହରେ ରାତି କଟାଇବେ। ଉପରାଷ୍ଟ୍ରପତିଙ୍କ ଗସ୍ତର ବ୍ୟବସ୍ଥା ପାଇଁ ଜିଲ୍ଲା କଲେକ୍ଟର ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନଙ୍କ ମଧ୍ୟରେ ବିଭିନ୍ନ ଦାୟିତ୍ୱ ବଣ୍ଟା ଯାଇଛି।

Comments are closed.