Latest Odisha News

BREAKING NEWS

ଉପରାଷ୍ଟ୍ରପତିଙ୍କୁ କରୋନା, ଆଇସୋଲେସରରେ କଟିବ ସପ୍ତାହେ

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା । କୋଭିଡ ଲକ୍ଷଣ ଜଣାପଡ଼ିବାରୁ ସେ ପରୀକ୍ଷା କରିଥିଲେ । ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସେ ଏକ ସପ୍ତାହ ଆଇସୋଲେସନରେ ରହିବେ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ତୁରନ୍ତ କୋଭିଡ ଟେଷ୍ଟ କରିବା ସହ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ଉପରାଷ୍ଟ୍ରପତି ଦ୍ୱିତୀୟ ଥର ପାଇଁ କୋଭିଡ ପଜିଟିଭ୍ ହୋଇଛନ୍ତି । ସେ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇପାରିବେ ନାହିଁ ।
ଉପରାଷ୍ଟ୍ରପତି ହାଇଦ୍ରାବାଦ ଗସ୍ତରେ ଅଛନ୍ତି । ସେ ଆଜି ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Comments are closed, but trackbacks and pingbacks are open.