Latest Odisha News

BREAKING NEWS

ଆଜି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ସଙ୍ଗୀତ, ସାମିଲ ହେବେ ବଲିଉଡର ସେଲିବ୍ରେଟି

ମୁୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭକି କୌଶଲ ବିହାର ପାଇଁ ସଜବାଜ ଆରମ୍ଭ ହେଲାଣି। ସଜେଇ ହୋଇଛି ରାଜସ୍ଥାନର ସିକ୍ସଥ ସେନ୍ସ ଫୋର୍ଟ। ଆଜି ଏହି ଫୋର୍ଟରେ ଚିକିନ ଚମେଲି ଓ ଭିକିଙ୍କ ସଙ୍ଗୀତ ସେରିମନି ଆୟୋଜନ କରାଯାଇଛି। ଏହି ଫଙ୍କସନରେ କ୍ୟାଟ୍-ଭିକିଙ୍କ ପିରବାର ଲୋକ ରହିବେ ବୋଲି ସୂଚନା ମିଳିଛି।

କ୍ୟାଟ ଓ ଭିକିଙ୍କ ସଙ୍ଗୀତ୍ ରେ ଡ୍ୟାନ୍ସ ଧମାଲ ହେବ। ଏହି ଦମଦାର ବିବାହ ସେଲିବ୍ରେସନ ପାଇଁ ଗ୍ରାଣ୍ଡ ଷ୍ଟେଜ ମଧ୍ୟ ତୟାର ଅଛି। ହେଲେ ସଙ୍ଗୀତ ଥିମ୍ ରିଟ୍ରୋ ରଖାଯାଇଛି।ଏକ ବିଶେଷ ସୁତ୍ରରରୁ ଜଣାପଡ଼ିଛି ଯେ ବିଦେଶରୁ ମଗାଯାଇଥିବା କ୍ରିଷ୍ଟାଲ ବ୍ଲାସରେ ସଜା ଯାଇଛି ଷ୍ଟେଜ। ଏଥିନିକ୍ ଲୁକ୍ ଦିଆଯାଇଛି ସଙ୍ଗୀତ ଷ୍ଟେଜକୁ । । ଭିକି-କ୍ୟାଟଙ୍କ ସଙ୍ଗୀତ ରେ  ଭରପୁର ମସ୍ତି ହେବା ବୋଲି ଜଣାପଡ଼ିଛି।

ସମସ୍ତେ ଜାଣନ୍ତି କ୍ୟାଟ୍ ଜଣେ ଭଲ ଡ୍ୟାନ୍ସର ସେ ମଧ୍ୟ ଆଜି ଭଲ ଡ୍ୟାନ୍ସ ପଫରମାନ୍ସ ଦେବେ। ସେ ତେରୀ ଓର ,କାଲା ଚସମା ପରି ଅନେକ ଗୀତରେ ଡ୍ୟାନ୍ସ ଯାଦୁ ଦେଖାଇବେ ବୋଲି ଜଣାପଡ଼ିଛି । ଠିକ୍ ସେହିପରେ ଭିକି ମଧ୍ୟ ପଞ୍ଜାବୀ ଟ୍ରାକରେ ଡ୍ୟାନ୍ସ କରିବେ ବୋଲି ଚର୍ଚ୍ଚା ହେଉଛି। କ୍ୟାଟ୍ରିନାଙ୍କ ଭଉଣୀ ଇଂଲିସ୍ ଗୀତରେ ଡ୍ୟାନ୍ସ କରିବେ ଏବଂ ଭିକି କୌଶଲଙ୍କ ଭାଇ ସନ୍ନି ନିଜ ଗର୍ଲ ଫ୍ରେଣ୍ଡ ସାରବରୀଙ୍କ ସହ ଡ୍ୟାନ୍ସ କରିବେ ବୋଲି ଚର୍ଚ୍ଚା ଚାଲିଛି।

ଅନ୍ୟପଟେ ବଲିଉଡ ଜଗତର କିଛି ସେଲିବ୍ରେଟି ମଧ୍ୟ ଏହି ଗ୍ରାଣ୍ଡ ସେରିମନିରେ ସାମିଲ ହେବେ। ସେମାନେ ମଧ୍ୟ ସଙ୍ଗୀତରେ ନାଚଗୀତ କରିବେ ବୋଲି ଜଣାପଡ଼ିଛି। ଏହି ସଙ୍ଗୀତ ସେରିମନିରେ ରାଜସ୍ଥାନର ଫୋକ୍ ଡ୍ୟାନ୍ସ ମଧ୍ୟ ସ୍ଥାନ ପାଇବ। ରାଜସ୍ଥାନୀ ଲୋକନୃତ୍ୟରେ ଅତିଥିମାନଙ୍କୁର ଏଣ୍ଟରଟେନ୍ କରାଯିବ। ହେଲେ ଏହି କପୁଲଙ୍କ ସଙ୍ଗୀତ ପୋଗ୍ରାମର ଫଟୋ ଆସିବ କି ନାହିଁ ସେନେଇ ଫ୍ୟାନ୍ ମାନେ ଅପେକ୍ଷାରେ। ଭିକିଓ କ୍ୟାଟଙ୍କର ଆଜି ସଙ୍ଗୀତ ଥିବା ବେଳେ ୮ ତାରିଖରେ ମେହେନ୍ଦି ୯ରେ ଭିକି ଓ କ୍ୟାଟ୍ରିନାଙ୍କ ହାତଗଣ୍ଠି ପଡ଼ିବ।

Leave A Reply

Your email address will not be published.