Latest Odisha News

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଭିକ୍କିଙ୍କ ସର୍ଦ୍ଦାର ଉଧମ ସିଂ

ମୁମ୍ବାଇ:ଫିଲ୍ମ ହଲରେ ରିଲିଜ କରିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ସର୍ଦ୍ଦାର ଉଧମ ସିଂ ଟିମ୍ ଏଥର ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛନ୍ତି । ସ୍ୱାଧୀନ ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ଭିକ୍କି କୌଶଲ ଅଭିନୟ କରୁଛନ୍ତି । ଫିଲ୍ମର ଶୁଟିଂ ଗତ ବର୍ଷରୁ ସମାପ୍ତ ହୋଇ ସାରିଛି । ଏବେ ଏହା ଆସନ୍ତା ମାସରେ ଆମାଜନ ପ୍ରାଇମରେ ରିଲିଜ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।

ଫିଲ୍ମ ମେକର ସୁଜିତ ସରକାରଙ୍କ ଗୁଲାବୋଁ ସିତାବୋ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଇ ବେଶ୍ ସଫଳତା ହାସଲ କରିଥିଲେ । ବର୍ତମାନ ପରିସ୍ଥିତିରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଫିଲ୍ମ ହଲ ଖୋଲାଯିବା ନେଇ ସନ୍ଦେହ ରହିଛି । ଏବେ ଅପେକ୍ଷା କରିବା ମୂର୍ଖାମୀ ହେବ ବୋଲି ସୁଜିତ କହିଛନ୍ତି ।

Comments are closed.