Latest Odisha News

BREAKING NEWS

ଅବଶିଷ୍ଟ ଭାରତ ଏକାଦଶକୁ ହରାଇ ବିଦର୍ଭ ଜିତିଲା ଇରାନୀ କପ

ନାଗପୁର: ଅବଶିଷ୍ଟ ଭାରତ ଏକାଦଶକୁ ୯୩ ରନରେ ହରାଇ ବିଦର୍ଭ ଇରାନୀ କପ କ୍ରିକେଟ ଟାଇଟଲ ହାସଲ କରିଛି । ବିଦର୍ଭ ଏହା ପୂର୍ବରୁ ୨୦୧୭-୧୮ ଓ ୨୦୧୮-୧୯ରେ ମଧ୍ୟ ଏହି ଟାଇଟଲ ହାସଲ କରିଥିଲା । ବିଦର୍ଭ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୪୨ ରନ କରିଥିଲା । ଅଥର୍ବ ତାୟଡେ ୧୪୩ ଓ ୟଶ ରାଠୋର ୯୧ ରନର ଇନିଂସ ଖେଳିଥିଲେ । ଜବାବରେ ଅବିଶିଷ୍ଟ ଭାରତ ଏକାଦଶ ୨୧୪ ରନରେ ଅଲଆଉଟ ହୋଇଥିଲା । ଆକାଶଦୀପ ଓ ମାନବ ସୁଥାର ୩ଟି ଲେଖାଏଁ ୱିକେଟ ନେଇଥିଲେ । ରଜତ ପାଟୀଦାର ସର୍ବାଧିକ ୬୬ ରନ କରିଥିଲେ ।

ଦ୍ୱିତୀୟ ଇନିଂସରେ ବିଦର୍ଭ ୨୩୨ ରନ କରି ଅବିଶିଷ୍ଟ ଭାରତ ଏକାଦଶ ସମ୍ମୁଖରେ ୩୬୧ ରନର ଟାର୍ଗେଟ ଦେଇଥିଲା । ଜବାବରେ ଅବଶିଷ୍ଟ ଭାରତ ୨୬୭ ରନ କରି ଅଲଆଉଟ ହୋଇ ଯାଇଥିଲା । ୟଶ ଢ଼ୁଲ ୯୨ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ହର୍ଷ ଦୁବେ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅଥର୍ବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.