ଭୁବନେଶ୍ୱର: ହ୍ୱାଟ୍ସ ଅପକୁ ଚାଲେଞ୍ଜ ଦେବେ ଏଲନ ମସ୍କ । ଯେଉଁ ଭିଡିଓ ଓ ଅଡିଓ କଲ ପାଇଁ ହ୍ୱାଟସଅପ ଏକ ଲୋକପ୍ରିୟ ଆପ ହୋଇ ପାରିଛି, ତାକୁ ମାତ ଦେବ ଏକ୍ସ । ଏଣିକି ଏକ୍ସ ବା ଟୁଇଟରରେ ଅଡିଓ ଓ ଭିଡିଓ କଲ କରାଯାଇ ପାରିବ ବୋଲି କହିଛନ୍ତି ଏଲନ ମସ୍କ । ମସ୍କ ଏକ୍ସରେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଏକ୍ସର ଏହି ନୂଆ ସୁବିଧାକୁ ୟୁଜର୍ସ ଖୁବ ପସନ୍ଦ କରିଛନ୍ତି ।
ଏଲନ ମସ୍କ ଟୁଇଟରରେ ଏକ ପୋଷ୍ଟ କରି କହିଛନ୍ତି, ‘ଏକ୍ସରେ ଅଡିଓ ଓ ଭିଡିଓ କଲ ଆସୁଛି । ଏହି ସୁବିଧା IOS, Android, Mac ଏବଂ PCରେ କାମ କରିବ । ଏଥିପାଇଁ ମୋବାଇଲ ନମ୍ବରର ଆବଶ୍ୟକତା ପଡିବନି ।’
ମସ୍କ ଆହୁରି କହିଛନ୍ତି, ‘X ଇଫେକ୍ଟିଭ ଗ୍ଲୋବାଲ ଆଡ୍ରେସ ବୁକ ହୋଇଛି । ଏହା ଖୁବ ୟୁନିକ ଅଟେ ।’
ଅନ୍ୟପକ୍ଷେ Xର ଡିଜାଇନର Andrea Conway ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ । ସେ ପୂର୍ବରୁ କହିଥିଲେ, ପ୍ଲାଟଫର୍ମରେ କଲିଂ ଫିଚର ଆସୁଛି । ଅଗଷ୍ଟ ୧୦ ତାରିଖ ସେ ଏକ ଟୁଇଟ କରି ଲେଖିଥିଲେ, ‘X ରେ ଏବେ ଜଣକୁ କଲ କଲି’ ।
କଲିଂ ଫିଚର ଆଣି ସେ ମେଟାକୁ ଚାଲେଞ୍ଜ ଛନ୍ତି । କାରଣ ହ୍ୱାଟ୍ସଅପ, ଫେସବୁକ ଏବଂ ଇନଷ୍ଟାରେ ଏହି ସୁବିଧା ଉପଲବ୍ଧ ହୋଇଥାଏ । ହେଲେ ଏବେ ଏକ୍ସରେ ଏହି ସୁବିଧା ଉପଲବ୍ଧ ହେବ ।
Comments are closed.