Latest Odisha News

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଅନେକ ଦୂର ପର୍ଯ୍ୟନ୍ତ ଦିଶୁଛି ନିଆଁ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ନଏଡା ସୀମାବର୍ତ୍ତୀ ଏକ ପାର୍କରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୋସିଆଲ ମିଡିଆରେ ଏହାର ଭୟଙ୍କର ଦୃଶ୍ୟକୁ ଅନେକ ୟୁଜର୍ସ ଟୁଇଟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ସାରା ଆକାଶ ଧୂଆଁମୟ ହୋଇଯାଇଛି । ଅନେକ ଦୂର ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଅନେକ ଦୂର ପର୍ଯ୍ୟନ୍ତ ଏହି ଧୂଆଁ ଦେଖିବାକୁ ମିଳିଛି ।

ଏହି ସ୍ଥାନ ଓଖାଲା ସୀମା ତଥା ଯମୁନା ନିକଟବର୍ତ୍ତୀ ଅଞ୍ଚଳ ବୋଲି କୁହାଯାଉଛି । ଜଣେ ୟୁଜର୍ସ ଏହାର ଭିଡିଓ ଟୁଇଟ କରି ଲେଖିଛନ୍ତି, ନିଆଁ ଏତେ ଜୋରରେ ଜଳୁଛି ଯେ ନଏଡା ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ।

ଅନ୍ୟ ଜଣେ ୟୁଜର୍ସ ସିଏମ ଅରବିନ୍ଦ କେଜ୍ରି:ାଲ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ କରି ଲେଖିଛନ୍ତି, ଦିଲ୍ଲୀର ଯମୁନା କୂଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ନଏଡାରୁ ବି ଦେଖିବାକୁ ମିଳିଛି । ତୁରନ୍ତ କର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

 

 

Leave A Reply

Your email address will not be published.