ଭୁବନେଶ୍ୱର: ବିଜେପି ସବୁବେଳେ ରାଜ୍ୟର ଗରିବ ଲୋକଙ୍କ ଅଧିକାରକୁ ଛଡାଇ ନେଇଛି । ଓଡ଼ିଶାର ଗରିିବଙ୍କୁ ମିଳିବାକୁ ଥିବା ଲକ୍ଷ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରହେଉ କିମ୍ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ହେଉ ବିଜେପି ଏହାକୁ ଲୋକଙ୍କଠାରୁ ଛଡ଼ାଇ ନେଇଛି । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ।
୍ଣସେ କହିଛନ୍ତି, ଗତ ୧୪ ବର୍ଷ ମଧ୍ୟରେ ରାଜ୍ୟ ବିଜେପି ଓଡିଶା ପାଇଁ ରଣନୀତି ବିଷୟରେ କହୁଛି । ହେଲେ ଏଥିରେ ବିଫଳ ହେଉଛି । ଓଡିଶା ବିଜେପିର ଏକମାତ୍ର ଉଦ୍ଦେଶ୍ୟ ହେଉଛି କ୍ଷମତା ଏବଂ ରାଜନୀତି । ଓଡିଶାବାସୀଙ୍କ ପାଇଁ କାମ କରିବା କିମ୍ବା ଲୋକଙ୍କ ସମସ୍ୟାର ସମାଧାନ କରିବା ଏହାର ଉଦ୍ଦେଶ୍ୟ ନୁହେଁ ।
ଓଡିଶା ବିଜେପି ଏବଂ ସେମାନଙ୍କ ନେତାମାନେ କେନ୍ଦ୍ରରେ ନିଜର ନେତୃତ୍ୱ ଆଗରେ ଓଡିଶାର ଲୋକଙ୍କ ଅଧିକାର ପାଇଁ କେବେହେଲେ ଲଢେଇ କରନ୍ତି ନାହିଁ । ଓଡ଼ିଶାର ଗରିବଙ୍କ ପ୍ରତି ରାଜ୍ୟ ବିଜେପିର ଅବହେଳା ବିଷୟରେ ଓଡିଶାବାସୀ ଭଲଭାବେ ଅବଗତ ଅଛନ୍ତି । ସେଥିପାଇଁ ଓଡ଼ିଶାର ଜନତା ତାଙ୍କୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ସମେତ ବିଭିନ୍ନ ନିର୍ବାଚନରେ ଦଳ ପରାଜୟର ସମ୍ମୁଖୀନ ହେଉଛି । ଓଡିଶାର ଲୋକମାନେ ଗରିବ ବିରୋଧୀ, ଓଡିଶା ବିରୋଧୀ ମନୋଭାବ ଯୋଗୁଁ ଭବିଷ୍ୟତରେ ମଧ୍ୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।
BREAKING NEWS
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା
- ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍
- ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି
- ଗୁଆହାଟୀ ପିଚ୍ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …

Comments are closed.