ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିକଟରେ ଏକ ବିବାହ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଖୁସି କରିଥିଲା।
ଫାରୁକ୍ ଅବଦୁଲ୍ଲା ଏବଂ ସିଏମ୍ ଅମରିନ୍ଦର ସିଂଙ୍କୁ ବଲିଉଡ୍ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ରଫିଙ୍କ ଗୀତ ‘ଆଜ୍ କାଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ’ ଏବଂ ‘ଗୁଲାବୀ ଆଖେଁ ଜୋ ତେରୀ ଦେଖୀ’,ରେ ନାଚୁଥିବା ଦେଖିବାକୁ ମିଳିଥିଲା। ତେବେ ଏକ ବିବାହ ଭେଜିରେ ଯୋଗ ଦେଇଥିବା ବେଳେ ଫାରୁକ୍ ଅବଦୁଲା ଏବଂ ସିଏମ୍ ଅମରିନ୍ଦର ସିଂଙ୍କୁ ପୁରୁଣା ଗୀତରେ ମଜିଯାଇ ଖୁସିରେ ନାଚୁଥିବା ଦେଖିବାକୁ ମିଳିଥିଲା।
ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
Comments are closed.