Latest Odisha News

‘ଆଃ କି ଚତ୍ମକାର ବନ୍ଧୁତା’, ମାଙ୍କଡ ଓ ମଣିଷର

ପଶୁପକ୍ଷୀମାନଙ୍କର ମଧ୍ୟ ହୃଦୟ ଅଛି । ସେମାନେ ସମ୍ପର୍କ ଓ ଭାବନାର ମାନେ ବୁଝନ୍ତି । ଅନେକ ଥର ଲୋକମାନେ ପଶୁପକ୍ଷୀମାନଙ୍କ ମଧ୍ୟରେ ଚମତ୍କାର ବନ୍ଧନ ଦେଖିବାକୁ ମିଳିଥାଏ । ସୋସିଆଲ ମିଡିଆରେ ଏକ ସୁନ୍ଦର ବନ୍ଧୁତ୍ୱ ଓ ବନ୍ଧନର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କିଛି ମାଙ୍କଡଙ୍କ ମଧ୍ୟରେ ଗଭୀର ପ୍ରେମ ଦେଖିବାକୁ ମିଳିଛି । ଭିଡିଓରେ ମାଙ୍କଡ଼ମାନଙ୍କ ସହିତ ସେମାନଙ୍କର ମାଲିକର ବନ୍ଧୁତ୍ୱ ଯିଏ ଦେଖିବ ସେ କହିବ ‘ଆଃ କି ଚତ୍ମକାର ବନ୍ଧୁତା’ ।


ଭିଡିଓକୁ ତରାନା ହୁସୈନ ନାମକ ଜଣେ ଟୁଇଟର ବ୍ୟବହାରକାରୀ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଦୁଇଚକିଆ ଗାଡ଼ି ଚଲାଉଛନ୍ତି। ଆଉ ତାଙ୍କ ପଛରେ ଧାଡ଼ିଧାଡ଼ି ହୋଇ ବସିଛନ୍ତି ୫ଟି ମାଙ୍କଡ଼ । ଏହି ମାଙ୍କଡ଼ ନିଜନିଜ ଭିତରେ ଏମିତି ଭାରସାମ୍ୟ ରକ୍ଷା କରିଛନ୍ତି ଯେମିତି କି ଗାଡ଼ିରେ କେମିତି ବସିବାକୁ ହୁଏ କେହି ଯେମିତି ସେମାନଙ୍କୁ ଶିଖାଇ ଦେଇଛି ।
ତେବେ ମାଲିକ ଗାଡ଼ି ନେଇ ଯାଉଥିବା ବେଳେ ପଛରେ ବସିଥିବା ୫ଜଣ ମାଙ୍କଡ଼ ଭୟ ନକରି ଯାତ୍ରାର ମଜା ନେଉଥିବା ଦେଖିବାକୁ ମିଳୁଛି।ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲେଖିଛନ୍ତି, ‘ସୁନ୍ଦର ଭିଡିଓ’, ‘ଧନ୍ୟ ତୁମ ବନ୍ଧୁତା’,‘ସବୁଦିନ ପାଇଁ ଏମିତି ବନ୍ଧୁତା ତୁମର ରହିଥାଉ।’

Comments are closed.