Latest Odisha News

BREAKING NEWS

ବିବାଦରେ ରାହତ ଫତେ ଅଲ୍ଲୀ ଖାନ୍, ନିଜ ଛାତ୍ରଙ୍କୁ ବାଡ଼ୋଉଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଯେଉଁ ଗାୟକ ଦିନେ ତାଙ୍କ ସୁନ୍ଦର ଗାଇବା ଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିଲେ । ସେ ଆଜି ତାଙ୍କ ନିଜର ଲଜ୍ଜାଜନକ ବ୍ୟବହାର ପ୍ରଦର୍ଶନ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଆମେ କହୁଛୁ ପାକିସ୍ତାନୀ ସିଙ୍ଗର ରାହତ ଫତେ ଅଲି ଖାନଙ୍କ ବିଷୟରେ । ନିକଟରେ ରାହତଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ତାଙ୍କର ଏକ କର୍ମଚାରୀ ଙ୍କୁ ଚପଲରେ ନିର୍ଦ୍ଧୁମ୍ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକପ୍ରିୟ କୱାଲୀ ଗାୟକଙ୍କୁ ବୋତଲ ବିଷୟରେ ପଚାରିବା ସହ ବାରମ୍ବାର ଚାପୁଡ଼ା ମାରିଚାଲିଛନ୍ତି ରାହତ । ଏହି ବ୍ୟକ୍ତି ଜଣକ ଗାୟକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି ଯେ, ସେ ଏହା ବିଷୟରେ କିଛି ଜାଣି ନାହାଁନ୍ତି । ଏହା ସତ୍ତ୍ବେ ମଧ୍ୟ ରାହତ ଫତେ ଅଲ୍ଲୀ ଖାନ୍ କୌଣସି ପ୍ରକାରେ ମାନିବାକୁ ରାଜି ନାହାନ୍ତି । ଏହି ସମୟରେ ସେଠି ଉପସ୍ଥିତ ଥିବା କିଛି ଲୋକ ଉକ୍ତ କଓ୍ବାଲୀ ଗାୟକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ପାକିସ୍ତାନର ସମା ଟିଭି ଉକ୍ତ ବ୍ୟକ୍ତିଙ୍କୁ ରାହତ ଫତେହ ଅଲି ଖାନଙ୍କ କର୍ମଚାରୀ ବୋଲି ଚିହ୍ନଟ କରି କହିଛନ୍ତି ଯେ ଗାୟକମାନଙ୍କ ମଧ୍ୟରେ ଏପରି ହିଂସା ଆଚରଣ ଏକ ଚିନ୍ତାଜନକ । ଭିଡିଓ ଭାଇରାଲ ହେବା ପରେ ରାହତ ଏନେଇ ସଫେଇ ଦେଇଛନ୍ତି । ପରେ ରାହତ ଫତେହ ଅଲି ଖାନ ସ୍ପଷ୍ଟ କରିଛନ୍ତି ଯେ ଏହା “ଶିକ୍ଷକ ଏବଂ ତାଙ୍କ ଶିଷ୍ୟ” ଙ୍କ ମଧ୍ୟରେ ବ୍ୟକ୍ତିଗତ ବିଷୟ ଅଟେ ।

Leave A Reply

Your email address will not be published.