Latest Odisha News

BREAKING NEWS

ନବରାତ୍ରୀର ପ୍ରଥମ ଦିନରେ ମାଛ ଓ ରୁଟି ଖାଇଲେ ତେଜସ୍ଵୀ ଯାଦବ, କହିଲେ କିଛି ଲୋକଙ୍କୁ ନିହାତି ଭାବରେ ରାଗ ଲାଗୁଥିବ

ପାଟଣା: ଦେଶରେ ବର୍ତ୍ତମାନ ନିର୍ବାଚନର ମାହୋଲ । ସମସ୍ତ ଦଳର ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ସାଧାରଣ ସଭା ଆୟୋଜନ କରି ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିଛନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଗଠବନ୍ଧନର ସହଯୋଗୀ ପ୍ରାର୍ଥୀଙ୍କ ସହିତ ରାଲି କରି ଭୋଟ ମାଗୁଛନ୍ତି । ତେବେ ଏହାରି ଭିତରେ ନବରାତ୍ରିର ପ୍ରଥମ ଦିନରେ ଯାଦବ ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ଭିଆଇପି ମୁଖ୍ୟ ମୁକେଶ ସାହନିଙ୍କ ସହ ହେଲିକପ୍ଟରରେ ମାଛ ଏବଂ ରୁଟି ଖାଉଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

BjdElectrycity

ଭିଡିଓରେ ଦେଖିବାକୁ ମିଳିଛି ଯେ, ତେଜସ୍ୱୀ ତାଙ୍କ ଥାଳିରେ ଥିବା ଲଙ୍କାକୁ ଉଠାଇ କହୁଛନ୍ତି ଆମ ଦୁଇଜଣଙ୍କୁ ଏକାଠି ଦେଖି ଅନେକ ଲୋକଙ୍କୁ ନିହାତି ଭାବରେ ରାଗ ଲାଗୁଥିବ । ଦିନଯାକ ପ୍ରଚାର କରିବା ପରେ ମାତ୍ର ୧୦-୧୫ ମିନିଟ ପାଇଁ ଏଭଳି ବସି ଖାଇବାକୁ ସମୟ ମିଳୁଛି । ଭିଡିଓ ସେୟାର କରି ତେଜସ୍ୱୀ ଲେଖିଛନ୍ତି, ନିର୍ବାଚନ ପ୍ରଚାରପ୍ରସାର, ବ୍ୟସ୍ତତା ଭିତରେ ହେଲିକପ୍ଟରରେ ଭୋଜନ!

ସେ ଆହୁରି ମଧ୍ୟ କହିଛନ୍ତି, ବାହାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେଉଛି । ତେଣୁ ସେ ପିଇବା ପାଇଁ ନିଜ ସାଥିରେ ବେଲ ପଣା, ଛତୁଆ ଏବଂ ତରଭୂଜ ଜୁସ୍‌ ରଖିଛନ୍ତି । ଆମେ ଦିନସାରା ପ୍ରଚାର କରୁଛୁ । ଦିନ ଯାକରେ ଖାଇବାକୁ ଆମକୁ ମାତ୍ର ୧୦-୧୫ ମିନିଟ ସମୟ ମିଳୁଛି । ଆଜି ମୁକେଶଜୀ ଖାଇବା ଆଣିଥିଲେ । ବହୁତ ଟେଷ୍ଟି ମାଛ ଆଣିଛନ୍ତି । ଏହାସହିତ ରୁଟି, ଲୁଣ, ପିଆଜ ଏବଂ କଞ୍ଚାଲଙ୍କା । ମୋତେ ମାଛ ଖାଇବାକୁ ଦେଇଥିବାରୁ ମୁକେଶ ଜୀଙ୍କୁ ଅନେକ ଅନେକ ଧନ୍ୟବାଦ ।

Leave A Reply

Your email address will not be published.