Latest Odisha News

ରଣଜୀ ଟ୍ରଫିରେ ରେକର୍ଡ କଲେ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି

ମୁମ୍ବାଇ: ଖ୍ୟାତନାମା ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି ଚୋପ୍ରା ରଣଜୀ ଟ୍ରଫି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । କ୍ୟାରିୟରର ପ୍ରଥମ ୪ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୫ଟ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଜାନୁୟାରୀ ୫ରେ ସେ ସିକ୍କିମ ବିପକ୍ଷରେ ରଣଜୀ ଟ୍ରଫି ପଦାର୍ପଣ କରିଥିଲେ । ୨୫ ବର୍ଷୀୟ ଅଗ୍ନି ମିଜୋରମ ପକ୍ଷରୁ ଖେଳି ମେଘାଳୟ ବିପକ୍ଷ ମ୍ୟାଚର ଦ୍ୱିତୀୟ ଇନିଂସରେ ଶତକ ମାରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ମିଜୋରମ ବିଜୟ ହାସଲ କରିଥିଲା । ସିକ୍କିମ ବିପକ୍ଷରେ ୧୬୬, ୯୨ ରନ କରିଥିବା ବେଳେ ନାଗାଲାଣ୍ଡ ବିରୋଧରେ ୧୬୬, ୧୫ ରନ କରିଥିଲେ ।

ଏହା ପରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧୪ ଓ ୧୦ ଏବଂ ମେଘାଳୟ ବିରୁଦ୍ଧରେ ୧୦୧ ରନ କରିଥିଲେ । ସୂଚନାଯୋଗ୍ୟ, ବିଧୂ ବିନୋଦ ଚୋପ୍ରା ୧୯୪୭ ଏ ଲଭ ଷ୍ଟୋରୀ, ଥ୍ରୀ ଇଡିଏଟ୍ସ ଓ ମୁନ୍ନା ଭାଇ ଏମବିବିଏସ ପରି ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ରହିଛନ୍ତି । ତାଙ୍କ ପତ୍ନୀ ଅନୁପମା ଚୋପ୍ରା ଲେଖକ, ପତ୍ରକାର ଓ ଫିଲ୍ମ ସମୀକ୍ଷକ ଅଟନ୍ତି । ନିକଟରେ ବିଧୂଙ୍କ ଟ୍ୱେଲଥ ଫେଲ୍ ସମସ୍ତ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିଥିଲା । ଅଗ୍ନି ଏବେ ପ୍ଲେଟ ଗ୍ରୁପରେ ୮ ଇନିଂସରେ ୭୭୫ ରନ ସଂଗ୍ରହ କରିଛନ୍ତି ।

Comments are closed.