Latest Odisha News

BREAKING NEWS

କାହିଁକି ‘ଭୁଲ ଭୁଲେୟା ୨’କୁ ରିଜେକ୍ଟ କରିଥିଲେ ବିଦ୍ୟା, ଜାଣନ୍ତୁ କଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ଚଳିତବର୍ଷ ଅକ୍ଟୋବର ୩୧ ତଥା ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ କାର୍ତ୍ତିକ ଆର୍ଯ୍ୟନ, ବିଦ୍ୟା ବାଲାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ଭୁଲ ଭୁଲେୟା ୩’ । ଏବେ ସୁଦ୍ଧା ଏହାର ଟିଜର, ଟ୍ରେଲର ଏବଂ କିଛି ଗୀତ ମଧ୍ୟ ରିଲିଜ ହୋଇସାରିଲାଣି । ଚଳଚ୍ଚିତ୍ରର ଆଇକନିକ୍ ଗୀତ ‘ଆମି ଜେ ତୋମାର’ ମଧ୍ୟ ମୁକ୍ତିଲାଭ କରିସାରିଲାଣି । ଗୀତରେ ବିଦ୍ୟା ଏବଂ ମାଧୁରୀଙ୍କୁ ଏକାଠି ଡ୍ୟାନ୍ସ କରୁଥିବା ଦେଖି ପ୍ରଶଂସକମାନେ ଏବେ ଫିଲ୍ମ ଦେଖିବାକୁ ଆହୁରି ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ତେବେ ଚଳଚ୍ଚିତ୍ର ‘ଭୁଲ ଭୁଲେୟା’ରୁ ଅଭିନେତ୍ରୀ ବିଦ୍ୟା ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ବିଦ୍ୟାଙ୍କୁ ‘ଭୁଲ ଭୁଲେୟା ୨’ ପାଇଁ ମଧ୍ୟ ଅଫର ଦିଆଯାଇଥିଲା, କିନ୍ତୁ ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ବିଦ୍ୟା ଏହା ପଛର କାରଣ କହିଛନ୍ତି। ବିଦ୍ୟା କହିଛନ୍ତି ଯେ ଯଦି ଭୁଲ ଭୁଲେୟା ୨ ଫିଲ୍ମଟି ଭଲ ପ୍ରଦର୍ଶନ ନକରେ ତେବେ ପ୍ରଥମ ଫିଲ୍ମରେ ସେ କରିଥିବା କାମ ସବୁ ନଷ୍ଟ ହୋଇଯିବ ଭାବି ସେ ଭୟ କରିଯାଇଥିଲେ।

ବିଦ୍ୟା କହିଛନ୍ତି, ମୁଁ ଡରି ଯାଇଥିଲି କାରଣ ‘ଭୁଲ ଭୁଲେୟା’ ମୋତେ ବହୁତ କିଛି ଦେଇଥିଲା । ତେଣୁ ମୁଁ ଭାବିଲି ଯଦି ମୁଁ କିଛିବି ଭୁଲ କରିଦିଏ, ତେବେ ସବୁକିଛି ନଷ୍ଟ ହୋଇଯିବ । ମୁଁ ନିର୍ଦ୍ଦେଶକଙ୍କୁ କହିଥିଲି କି ମୁଁ କୌଣସି ରିସ୍କ ନେଇ ପାରିବି ନାହିଁ । କିନ୍ତୁ ମୋ ଡର ଭୁଲ ଥିଲା । ଚଳଚ୍ଚିତ୍ରଟି ଆଶା ଠାରୁ ଅଧିକ ଭଲ କରିଥିଲା । ଯେତେବେଳେ ସେମାନେ ଚଳଚ୍ଚିତ୍ରର ତୃତୀୟ ଭାଗ ପାଇଁ ମୋ ପାଖକୁ ଆସିଲେ, ସେତେବେଳେ ମୋତେ ସ୍କ୍ରିପ୍ଟଟି ବହୁତ ପସନ୍ଦ ଆସିଥିଲା । ମୁଁ ସେତେବେଳେ ନିର୍ଦ୍ଦେଶକ ଅନିସ୍ ଏବଂ ଭୂଷଣଙ୍କ ସହ କାମ କରିବାକୁ ଚାହୁଁଥିଲି ।

ବିଦ୍ୟା ଆହୁରି ମଧ୍ୟ କହିଛନ୍ତି ଯେ, ଚଳଚ୍ଚିତ୍ର ଭୁଲ ଭୁଲେୟା ୩ରେ ମୋ ସହ ମାଧୁରୀ ଦୀକ୍ଷିତ ମଧ୍ୟ ଅଛନ୍ତି। ସେଥିପାଇଁ ମୋତେ ଲାଗୁଛି ଯେ ଚଳଚ୍ଚିତ୍ରଟି ଏତେ ଭଲ ହେଲା । ତାଙ୍କ ପାଖରୁ ମୁଁ ସାହସ ବି ପାଇଲି । ତେବେ କହିରଖୁଛୁ ଯେ, ‘ଭୁଲ ଭୁଲେୟା’ ପ୍ରାଞ୍ଚାଇଜର ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ, ତିପ୍ତୀ, ମାଧୁରୀ ଦୀକ୍ଷିତ  ଏବଂ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ତେବେ ପ୍ରଥମ ଦୁଇ ଭାଗ ହିଟ୍ ପରି ତୃତୀୟ ବାଗ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରି ବୋଲି ଆଶା ରଖିଛନ୍ତି ନିର୍ମାତା ।

Leave A Reply

Your email address will not be published.