Latest Odisha News

BREAKING NEWS

କନଫର୍ମ: ବିଦ୍ୟୁତ ଜାମୱାଲ ପ୍ରେମରେ ପଡିଛନ୍ତି !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଆକ୍ସନ ଅଭିନେତା ହେଲେ ବିଦ୍ୟୁତ ଜାମୱାଲ । ନିକଟରେ ରିଲିଜ ହୋଇଥିବା ଖୁଦା ହାଫିଜ ଫିଲ୍ମକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ଏହି ଅବସରରେ ବିଦ୍ୟୁତଙ୍କୁ ତାଙ୍କ ଲଭ ଲାଇଫ ସମ୍ପର୍କରେ ପଚରାଯାଇଥିଲା । ପ୍ରଥମ ଥର ପାଇଁ ସେ ପ୍ରେମରେ ପଡିଥିବା ସ୍ୱୀକାର କରିଥିଲେ । ମାତ୍ର କାହା ସହିତ କହି ନ ଥିଲେ ।

ଏବେ ଆମେ ପରସ୍ପରକୁ ଜାଣିବାକୁ ଚେଷ୍ଟା କରୁଛୁ । ଯଦି ସବୁ କିଛି ଠିକ୍ ଠାକ୍ ହୁଏ ତାହାହେଲେ ସମସ୍ତଙ୍କୁ ଜଣାଇବି ବୋଲି କହିଛନ୍ତି । ଅଦା ଶର୍ମା ନାମକ ଅଭିନେତ୍ରୀ ସହ ତାଙ୍କ ନାମ ଯୋଡାଯାଉଛି । ତେବେ ଏ ନେଇ ଉଭୟଙ୍କ ପକ୍ଷରୁ ସ୍ୱୀକାରୋକ୍ତି କରାଯାଇ ନ ଥିବାରୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.