Latest Odisha News

BREAKING NEWS

ସରିଲା ‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ ଜାମୱାଲଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର ବିବାହ!

ମୁମ୍ବାଇ: ଅଭିନେତା ତଥା ‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ ଜାମୱାଲ ଏବଂ ଫ୍ୟାଶନ ଡିଜାଇନର୍ ନନ୍ଦିତା ମହତାନୀଙ୍କ ଗୁପ୍ତ ଭାବେ ନିର୍ବନ୍ଧ କରିଥିବା ଖବର ସାମ୍‌ନାକୁ ଆସିଛି। ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଆଲୋଚନା ହେଉଛି। ଏକାଠି ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେମାନେ ତାଜମହଲ ସାମ୍ନାରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ଉଭୟଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ସମୟରେ ନେହା ଧୁପିଆଙ୍କ କିଛି ପୋଷ୍ଟକୁ ଉତ୍ତେଜନା ମଧ୍ୟ ବଢିଛି।

‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ୍ ଜାମୱାଲ ନନ୍ଦିତାଙ୍କ ସହ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ଫଟୋରେ ନନ୍ଦିତାଙ୍କ ରିଙ୍ଗ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପ୍ରେମର ପ୍ରତୀକ ଭାବରେ ଉଭୟେ ତାଜମହଲ ସମ୍ମୁଖରେ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ପରେ ହିଁ ସେମାନଙ୍କର ନିର୍ବନ୍ଧ ହୋଇସାରିଥିବା ଖବର ପ୍ରଚାର ହେବାରେ ଲାଗିଛି।

ଏହି ସମୟରେ ନେହା ଧୁପିୟା ସୋସିଆଲ୍‌ ମିଡିଆରେ ବିଦ୍ୟୁତ ଏବଂ ନନ୍ଦିତାଙ୍କ ଫଟୋ ସହିତ ଏକ ହାର୍ଟ ଇମୋଜି ପୋଷ୍ଟ କରି ଲେଖିଥିଲେ – ‘ସର୍ବୋତ୍ତମ ଖବର। ବିଦ୍ୟୁତ ଜାମୱାଲ ଏବଂ ନନ୍ଦିତା ମହତାନୀଙ୍କୁ ଅଭିନନ୍ଦନ। ନେହା ଧୁପିଆଙ୍କ ଏହି ପୋଷ୍ଟ ପରେ ସେମାନଙ୍କ ନିର୍ବନ୍ଧ ହୋଇସାରିଥିବା ଖବର ସତ ବୋଲି ବିଶ୍ୱାସ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ବିଦ୍ୟୁତ ଓ ନନ୍ଦିତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Leave A Reply

Your email address will not be published.