Latest Odisha News

BREAKING NEWS

ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ବାବୁ

ଅନୁଗୁଳ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ବନ୍ତଳା ଥାନା ସବ ଇନ୍ସପେକ୍ଟର ପ୍ରମୋଦ ନାଏକ । ମୋଟର ସାଇକେଲ ରିଲିଜ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, କବିତା ନାୟକ ନାମକ ଜଣେ ମହିଳାଙ୍କ ଗାଡି ରିଲିଜ କରିଦେବା ପାଇଁ ଲାଞ୍ଚ ମାଗିଥିଲେ ସବ୍ ଇନ୍ସପେକ୍ଟର ପ୍ରମୋଦ ନାୟକ । ୬ ହଜାର ଟଙ୍କା ଦେଲେ ଗାଡି ଶୀଘ୍ର ଛାଡି ଦେବେ ବୋଲି କହିଥିଲେ ଥାନା ବାବୁ । ଏନେଇ କବିତା ଅନୁଗୁଳ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଆଉ ପୂର୍ବ ପ୍ରସ୍ତୁତି ଅନୁସାରେ, ସବ୍ ଇନ୍ସପେକ୍ଟର ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ, ତାଙ୍କୁ କାବୁ କରିଥିଲା ଭିଜିଲାନ୍ସ । ଗିରଫ ପରେ ସବ୍ ଇନ୍ସପେକ୍ଟର ପ୍ରମୋଦ ନାୟକଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.