Latest Odisha News

BREAKING NEWS

ଗିରଫ ହେଲେ କୁବେର କନିଷ୍ଠ କିରାଣି ପ୍ରଦୀପ ଦାସ

ଭୁବନେଶ୍ୱର: ଗିରଫ ହେଲେ ବାଲେଶ୍ୱର ଡିଇଓ ଅଫିସ୍‌ର କନିଷ୍ଠ କିରାଣି ପ୍ରଦୀପ ଦାସ l ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ l ଗତକାଲି କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ବାସଭବନରେ ରେଡ୍‌ କରି ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ l ଚଢ଼ାଉ ବେଳେ ୧ କୋଟିର ମାର୍କେଟ କଂପ୍ଲେକ୍ସ, ଗୋଟିଏ କୋଠା, ୬ ପ୍ଲଟ ମିଳିଥିଲା l

ସୂଚନାଯୋଗ୍ୟ ଯେ, ଗତକାଲି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ l ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରେ ଥିବା ପୈତୃକ ଘର, ନୀଳଗିରି, ଅଙ୍ଗାରଗଡ଼ିଆରେ ଥିବା ତିନିମହଲା ଘର, ଶେରଗଡ଼ରେ ଥିବା ମାର୍କେଟ କଂପ୍ଲେକ୍ସ ଓ ବାଲେଶ୍ବରରେ ଥିବା କାର୍ଯ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ ଟିମ୍। ଚଢଉରେ ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନସ୍ପେକ୍ଟର ଓ ୫ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ପରେ ଜବତ ସମ୍ପତି ବାବଦରେ ପଚରାଉଚରା କରିବା ବେଳେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ପ୍ରଦୀପ ଦାସ । ଏନେଇ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।

Comments are closed.