Latest Odisha News

BREAKING NEWS

ଲାଞ୍ଚ ନେଇ ଯାଉଥିଲେ ଫରେଷ୍ଟ ଗାର୍ଡ, ମାଡ଼ିବସିଲା ଭିଜିଲାନ୍ସ 

ନବରଙ୍ଗପୁର ; ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫରେଷ୍ଟ ଗାର୍ଡ।  ଫରେଷ୍ଟ ଗାର୍ଡ ଜଣକ ହେଉଛନ୍ତି ବିନାୟକ ସୋରି। ସେ  ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ବିଟରେ ଫରେଷ୍ଟ ଗାର୍ଡ ଭାବରେ କାମ କରୁଛନ୍ତି। 

ସୂଚନା ଅନୁସାରେ ଫରେଷ୍ଟ ଗାର୍ଡ ବିନାୟକ ସୋରି ଖାତିଗୁଡା ଇନ୍ଦ୍ରାବତୀ ନଦୀ ପୋଲ ନିକଟରେ ବ୍ୟାଗରେ ଏକ ଲକ୍ଷ ତେପନ ହଜାର  ଟଙ୍କା ନେଇ ବାଇକରେ ଯାଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। 

ବିନାୟକଙ୍କ ପାଖରୁ ଏ ଏକ ଲକ୍ଷ ତେପନ ହଜାର ଟଙ୍କା ମିଳିବା ପରେ  ଭିଜିଲାନ୍ସ ଟିମ୍  ନବରଙ୍ଗପୁର ସହର ରାଜୁସହିରେ ଥିବା ତାଙ୍କ ଭଡା ଘରେ ମଧ୍ୟ ରେଡ୍ କରିଛି। 

ଫରେଷ୍ଟ ଗାର୍ଡ ବିନାୟକଙ୍କ ପାଖରୁ ଏତେ ପରିମାଣର ଟଙ୍କା ଜବତ ହେବା ପରେ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଜାଣିବା ପାଇଁ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ। 

Leave A Reply

Your email address will not be published.