Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନିକା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ସୋନପୁର: ଭିଜିଲାନ୍ସ ଜାଲରେ ବନ ବିଭାଗ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଫରେଷ୍ଟରଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନା ଜଗବନ୍ଧୁ ବାରିକ । ଏକକାଳୀନ 3ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ସୋନପୁର ଶାନ୍ତିପଡ଼ାରେ ଥିବା ଦୁଇ ମହଲା କୋଠା, ସୋନପୁର ଟାଉନରେ ନିର୍ମାଣାଧୀନ ଦୁଇ ମହଲା କୋଠାରେ ଚଢ଼ାଉ କରିଛନ୍ତି ସମ୍ୱଲପୁର ଡିଭିଜନର ଭିଜିଲାନ୍ସ ଟିମ୍ । ସେହିପରି ବିନିକା ରେଞ୍ଜ ଅଫିସରେ ଥିବା ଅଫିସରେ ବି ରେଡ୍ ଚାଲିଛି ।

ରେଞ୍ଜର ଜଗବନ୍ଧୁ ବାରିକଙ୍କର କେତେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି ଚଢ଼ାଉ ପରେ ଜଣା ପଡ଼ିବ । ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.