ଯାଜପୁର: ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ l ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା ଠାବ କରିଛି ଭିଜିଲାନ୍ସ l ସେହିପରି ଭୁବନେଶ୍ବର ଓ କଟକରେ ୨ଟି ଦାମିକା ପ୍ଲଟ ଥିବା ବେଳେ ଚଢ଼ାଉ ବେଳେ ତାଙ୍କ ଘରୁ ୮୫୦ ଗ୍ରାମ ସୁନା ମିଳିଛି l ଏଥିସହ ୨.୮୬ କୋଟିର ଜମା, ୧.୨୧ ଲକ୍ଷର ନଗଦ କ୍ୟାସ ମଧ୍ୟ ମିଳିଛି l ତେବେ ଚଢ଼ାଉ ଜାରି ରହିଥିବାରୁ ଆଗକୁ ସମ୍ପତ୍ତି ଆହୁରି ବଢ଼ିବା ନେଇ ସମ୍ଭାବନା ରହିଛି l ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ l
ସୂଚନା ଅନୁସାରେ, ସରକାରୀ ଟିକସ ହେରଫେର ଅଭିଯୋଗରେ ଆଜି ସକାଳୁ ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ବିରୋଧରେ ପ୍ରାୟ ୫.୮୫ ଲକ୍ଷ ରାଜସ୍ବ ହେରଫେର କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।
Comments are closed.