Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କିରାଣି; ରଖିଥିଲେ ଆୟ ବହିର୍ଭୂତ ସମ୍ପତ୍ତି

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟ କିରାଣି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢାଉ କରିଛି ଭିଜିଲାନ୍ସ  ଟିମ । କିରାଣୀ ଜଣଙ୍କ ହେଲେ ରାମଚନ୍ଦ୍ର ସେନ।। ସେ ଦୀର୍ଘ ଦିନ ଧରି ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା ।
ଶନିବାର ସକାଳେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଭିଜିଲାନ୍ସ ଦଳ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି। ଏକକାଳୀନ ବାରିପଦା କାର୍ଯ୍ୟାଳୟ ସହିତ ତେନ୍ତୁଳିଡିଙ୍ଗା-ରଘୁନାଥଗଞ୍ଜ ସ୍ଥିତ ବ୍ୟବସାୟିକ କେନ୍ଦ୍ର ସହିତ ବାସଭବନ,ଆନିଆପାଳ ସ୍ଥିତ ପୌତୃକ ଘର,ଶ୍ୟାମାଖୁଣ୍ଟା ତହସିଲ କାର୍ଯ୍ୟାଳୟ, ଏବଂ ଆତ୍ମୀୟଙ୍କ ଘରେ ଏକକାଳୀନ ଚଢାଉ ଜାରିରହିଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ,  କୁଳିଅଣାରେ ପଢ଼ିଆରିପୁରରେ ରାମଚନ୍ଦ୍ର ସେନଙ୍କର ୪ ମହଲା କୋଠା ରହିଛି । ସେହିପରି ରଘୁନାଥଗଞ୍ଜରେ ତିନି ମହଲା କୋଠା ରହିଛି । ସେଠାରେ ତାଙ୍କର ଫିଜିଓଥେରାପି କ୍ଲିନିକ ଚାଲିଛି । ବାରିପଦାରେ ଥିବା ତାଙ୍କର ଅଫିସ ରୁମ୍‌ ଓ ଶାମାଖୁଣ୍ଟା ସ୍ଥିତ ତହସିଲଦାରଙ୍କ ଅଫିସରେ ଥିବା ରାମଚନ୍ଦ୍ର ସେନଙ୍କ ପୁଅଙ୍କ ଅଫିସ ରୁମ୍‌ରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଚଢଉ ଜାରି ରଖିଛନ୍ତି ।

Comments are closed.