Latest Odisha News

ନୟାଗଡ଼ ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ୨୭ଟି ପ୍ଲଟ୍ ମଧ୍ୟରୁ ୧୦ଟି ବେନାମୀ ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ମୋଟର ଯାନ ନିରୀକ୍ଷକ ବା ଏମଭିଆଇ ପଞ୍ଚାନନ ବେହେରାଙ୍କ ୨୭ଟି ପ୍ଲଟ୍ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ପ୍ଲଟ୍ ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେବଳ ସେତିକି ନୁହେଁ, ୨୭ଟି ପ୍ଲଟ୍ ମଧ୍ୟରୁ ୧୦ଟି ବେନାମୀ ପ୍ଲଟ୍, ଯାହାକୁ ଏମଭିଆଇ ତାଙ୍କ ନିକଟ ସମ୍ପର୍କୀୟଙ୍କ ନାମରେ କିଣିଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ଭିଜିଲାନ୍ସ ଚଢ଼ାଉ ବେଳେ ୪ଟି ବେନାମୀ ଗାଡ଼ି ମଧ୍ୟ ଠାବ କରାଯାଇଛି। ଭୁବନେଶ୍ୱରରେ ଏକ ଦୁଇ ମହଲା କୋଠା ଓ ଗୋଟିଏ ମହଲା କୋଠା ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚଢାଉ ବେଳେ ନଗଦ ୧୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ଘରୋଇ ସାମଗ୍ରୀ ସହିତ ପଞ୍ଚାନନ ବେହେରା ତାଙ୍କ ପୁଅର ଡାକ୍ତରୀ ପାଠ ପଢ଼ା ବାବଦରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ଭିଜିଲାନ୍ସ ବିଭାଗ ପଞ୍ଚାନନ ବେହେରାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼ ଓ କଟକ ଜିଲ୍ଲାର ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Comments are closed.