Latest Odisha News

ଗାଇସିଲେଟ୍ ଥାନା ଅଧିକାରୀ ବୀରବରଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଭିଜିଲାନ୍ସ ଜାଲରେ ଫସିଲେ ଥାନା ବାବୁ। ଘର ଓ ଅଫିସ୍‌ରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତ ଭିଜିଲାନ୍ସ ସ୍କାନରରେ ଆସିଛନ୍ତି। ସୋମବାର ସକାଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଟିମ୍ ଆଜି ଭୋର ପ୍ରାୟ ୩ ସମୟରେ ଗାଇସିଲଟ ଥାନା ସହ ତାଙ୍କର ୩ ଟି ଘର ଉପରେ ଚଢାଉ କରିଛନ୍ତି। ଭିଜିଲାନ୍ସର ମୋଟ ୪ଟି ଟିମ୍ ଆଜି ସକାଳୁ ବୀରବରଙ୍କର ଗାଇସିଲଟରେ ଥିବା ବାସଭବନ, ସମ୍ବଲପୁରରେ ଥିବା ଘର ଓ ଅତାବିରା ଟାଙ୍ଗରପାଲିରେ ଥିବା ଘରେ ଉପରେ ଚଢ଼ାଉ କରିଛନ୍ତି। ସମ୍ବଲପୁର, ବରଗଡ଼ ଓ ସୋନପୁରର ଭିଜିଲାନ୍ସ ଟିମ ଏହି ଚଢ଼ାଉ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଥିବା ବେଳେ ତାଙ୍କ ସମ୍ପତ୍ତିର ଆକଳନ କରାଯାଇ ନାହିଁ। କେତେ ସମ୍ପତ୍ତି ଜବତ ହେଲା ସେ ନେଇ ମଧ୍ୟ କୌଣସି ସୂଚନା ମିଳି ନାହିଁ।

 

Leave A Reply

Your email address will not be published.