ଗୁଣୁପୁର: ଗୁଣୁପୁର ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ଅଭିଯୋଗରେ ଖୋଳତାଡ଼ । ଭିଜିଲାନ୍ସର ୪ ଜଣିଆ ଟିମ୍ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ନେଇ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ଶୁଭଦର୍ଶିନୀ ସାହୁଙ୍କୁ ସସ୍ପେଣ୍ଡ କରିଥିଲା ଶ୍ରମ ବିଭାଗ।
ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ଏବଂ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇଜଣ ବ୍ୟକ୍ତିଙ୍କ ନକଲି ମୃତ୍ୟୁ ପ୍ରମାଣ ପତ୍ର ଦାଖଲ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା । ସେହିପରି ଆନ୍ଧ୍ର ପ୍ରଦେଶରେ ମୃତ ଶ୍ରମିକଙ୍କୁ ୧ବର୍ଷ ପରେ ପୁଣି ମୃତ ଦର୍ଶାଇ ଟଙ୍କା ଆତ୍ମସାତ କରଯାଇଥିବା ଅଭିଯୋଗ କରାଯାଇଥିଲା ।
ଗୋଟିଏ ମୋବାଇଲ ନମ୍ବରରେ ପଞ୍ଜିକୃତ ୩୦ରୁ ଉର୍ଦ୍ଧ୍ୱ ଆକାଉଣ୍ଟକୁ ଲକ୍ଷଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ଏକାଧିକ ଥର ଟଙ୍କା ଦେଇ ଯୋଜନା ଭିତ୍ତିକ ରୂପେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସହାୟତା ରାଶିକୁ ବାଟମାରଣା କରାଯାଇଛି । ତେବେ କାର୍ଯ୍ୟାଳୟର ଅଧିକାରିଣୀ ଜସ୍ମିନ ଶୁଭଦର୍ଶିନୀ ସାହୁ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ୍ ଶୁଭଦର୍ଶିନୀ ସାହୁଙ୍କୁ ସସ୍ପେଣ୍ଡ କରିଥିଲା ଶ୍ରମ ବିଭାଗ।
Comments are closed.