Latest Odisha News

BREAKING NEWS

ଇଡକୋ ଚିଫ ଜେନେରାଲ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଯାଜପୁର: ଭିଜିଲାନ୍ସ ଜାଲରେ ଇଡ୍‌କୋ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ୍‌କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜ କାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୭ ଟି ସ୍ଥାନରେ ଚଢାଉ ଚାଲିଛି । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଚାଲିଥିବାବେଳେ, ଏଥିରେ । ୧୦ ଜଣ DSP, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।

ଭୁବନେଶ୍ବର, କଟକ, ଯାଜପୁର ସମେତ ୭ ଟି ସ୍ଥାନରେ ଚଢାଉ ଜାର ରହିଛି । ସରୋଜ କାନ୍ତ ମହାନ୍ତିଙ୍କ ଯାଜପୁର ଜାରକାରେ ଥିବା ପୈତୃକ ଘର ସହିତ, କଟକ ମହାନଦୀ ବିହାରରେ ଥିବା ୩ ମହଲା କୋଠା, ଭୁବନେଶ୍ବର ଅମ୍ରିତା ଆଳୟରେ ଥିବା ଫ୍ଲାଟ ରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ଜାରି ରହିଛି ।

Comments are closed.