Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ତାଙ୍କ ନାଁ ରମେଶ ଚନ୍ଦ୍ର ଦାସ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି କଟକ ଭିଜିଲାନ୍ସ ଟିମ୍ ।

କଟକ ବିଡାନାସୀର ଜ୍ୟୋତିବିହାରରେ ଥିବା ରମେଶ ଚନ୍ଦ୍ର ଦାସଙ୍କ ଦୁଇ ମହଲା ଘର, ବିଡାନାସୀ ରୋଡରେ ଥିବା ତିନି ମହଲା କୋଠା, ସିଡିଏରେ ଥିବା ଦୁଇ ମହଲା କୋଠାରେ ରେଡ୍ କରାଯାଇଛି ।

ସେହିପରି ପୈତୃକ ଗାଁ ଜଗତସିଂହପୁର ଜିଲ୍ଲା ଏରସମାରେ ଥିବା ଘର ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଥିବା ତାଙ୍କ ପତ୍ନୀଙ୍କ କଟକ ଝୋଲାସାହି ୟୁପି ସ୍କୁଲ ଅଫିସରେ ବି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଜାରି ରହିଛି ରେଡ୍ । ଭିଜିଲାନ୍ସ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.