Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ତାଳଚେର ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।

ଢେଙ୍କାନାଳ ଟାଉନ ପ୍ଲାନିଂ ସ୍ଥିତ ବାସଭବନ, ତାଳଚେର ଖମାର କାର୍ୟ୍ୟାଳୟ, ହାଟ ରୋଡରେ ଥିବା ଶ୍ୱଶୁର ଘର, ପୈତୃକ ଗାଁ ଓ ଭୁବନେଶ୍ୱରରେ ଥିବା ଆପାର୍ଟମେଣ୍ଟରେ ଚଢ଼ାଉ ଚାଲିଛି । ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍ ମିଳିତ ରେଡ୍ କରିଛନ୍ତି ।

ପୂର୍ବରୁ ଚନ୍ଦ୍ରମଣି ସାହୁଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ତାହା ଜଣା ପଡିନାହିଁ ।

Leave A Reply

Your email address will not be published.