Latest Odisha News

ସମ୍ପତି ଦେଖି ଆଶ୍ଚର୍ଯ୍ୟ ଟିମ୍, ଇଞ୍ଜିନିୟରଙ୍କର ୩୪ଟି ପ୍ଲଟ

ଭୁବନେଶ୍ୱର: ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ। ଭୁବନେଶ୍ବରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ କଲା ଭିଜିଲାନ୍ସ। ସେପଟେ ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରେ ମୋଟ ୩୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଏଥିସହ ଚଢ଼ାଉ ବେଳେ ୨ଟି ଟ୍ରକ୍‌, ୨ଟି ଚାରିଚକିଆ ଯାନ, ୪ଟି ବାଇକ୍‌ ସହ ୧୭୬ ଗ୍ରାମ ସୁନା, ୨ ଲକ୍ଷ ୩୪ ହଜାର ନଗଦ ଟଙ୍କା ଏଯାବତ ଜବତ କରିସାରିଲାଣି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, କଟକ, ଅନୁଗୁଳ, ବଲାଙ୍ଗୀରରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଜାରି ରହିଛି। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୮ଜଣ ଡିଏସପି, ୬ ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Comments are closed.