Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ

ଦେବଗଡ଼: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ଘରେ ରେଡ୍ । ଏକକାଳୀନ ଭିଜିଲାନ୍ସ ଟିମ୍ ତାଙ୍କ ଘର, ସମ୍ପର୍କୀୟଙ୍କ ଘର ଓ ଅଫିସରେ ରେଡ୍ ଚଳାଇଛନ୍ତି । ୩ଟି ସ୍ଥାନରେ ରେଡ୍ ଚାଲିଛି ।

ବିକାଶ ବେହେରାଙ୍କ ବଳମ ସ୍ଥିତ ବାସଭବନ, କଣ୍ଡାଳ ସ୍ଥିତ ଶ୍ୱଶୁର ଘର ଓ ଅଫିସରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍ ଚଢ଼ାଉ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଚଢ଼ାଉରୁ ତାଙ୍କର ଗୋଟିଏ ଦୁଇ ମହଲା କୋଠା, ୬୦ଟି ପ୍ଲଟ, ଗୋଟିଏ ଚାରି ଚକିଆ ଗାଡ଼ି ଥିବା ବେଳେ ଜବତ ହୋଇଛି ଲକ୍ଷେ ଟଙ୍କା ।

ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି ସରକାରୀ ଅଧିକାରୀ । ଗତକାଲି ତିନି ଜଣ କ୍ଲାସ୍ ଓ୍ୱାନ୍ ଅଫିସରଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ଭିଜିଲାନ୍ସ ଟିମ୍ । ସେମାନେ ହେଲେ କେନ୍ଦୁଝର ଜିଲ୍ଲା ବୈତରଣୀ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ।

ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଓ ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ସେମାନଙ୍କ ପାଖରୁ ୨୨ଲକ୍ଷ ୬୧ହଜାର ଟଙ୍କା ଜବତ ହୋଇଥିଲା ।

Leave A Reply

Your email address will not be published.