Latest Odisha News

ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ ମହାପାତ୍ର ଗିରଫ, ୬ ଲକ୍ଷ ୭୯ ହଜାର ଟଙ୍କା ଜବତ

ଜଗତସିଂହପୁର: ଗିରଫ ହେଲେ ଜଗତସିଂହପୁର ଆରଟିଓ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଦୁର୍ନୀତି ମାମଲାରେ ଆଜି ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କ ନିରଟରୁ ୬ ଲକ୍ଷ ୭୯ ହଜାର ଟଙ୍କା ଜବତ କରାଯାଇଛି ।

ସୂଚନା ମୁତାବକ, ଶୁକ୍ରବାର ପ୍ରଶାନ୍ତ କାର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କଟକ ନିକଟସ୍ଥ ବିରିବାଟୀର ତାରିଣୀ ଛକରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ କାରକୁ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ପାଖରୁ ନଗଦ ୪.୨୭ ଲକ୍ଷ ଟଙ୍କା ମିଳିଥିଲା । ପ୍ରଶାନ୍ତ ଗାଡ଼ିରେ ଏତେ ଗୁଡାଏ ଟଙ୍କା କେଉଁଠାରୁ ଆଣିଲେ ଓ କୁଆଡେ ନେଇଯାଉଥିଲେ ବୋଲି ପ୍ରଶ୍ନ କରିଥିଲା ଭିଜିଲାନ୍ସ ଟିମ୍ । ହେଲେ ସେ ହଡବଡେଇ ଯାଇଥିଲେ ଓ ସଠିକ ଉତ୍ତର ଦେଇପାରିନଥିଲେ । ଯାହା ତାଙ୍କୁ ସନ୍ଦେହ ଘରକୁ ଆଣିଥିଲା ।

ଏହାପରେ ଉକ୍ତ ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ । ଏହା ପରେ ଭୁବନେଶ୍ୱରର ଭିଏସଏସ ନଗର ସ୍ଥିତ ତାଙ୍କ ଘର ଓ ଜଗତସିଂହପୁରର ରଘୁନାଥପୁରର ତାରାପୁର ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ଉଭୟ ସ୍ଥାନରୁ ମୋଟ ୬ ଲକ୍ଷ ୭୯ ହଜାର ୪୮୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଥିଲା । ଯାହାର ହିସାବ ସେ ଦେଇ ନପାରିବାରୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.