Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ୮ଟି ଠିକଣାରେ ରେଡ୍ କରୁଛି ଭିଜିଲାନ୍ସ । ଜଣେ ଆଡିସନାଲ ଏସପି, ୮ ଜଣ ଡେପୁଟୀ ଏସପି, ୫ ଜଣ ଇନସପେକ୍ଟର, ଜଣେ ସବଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ଗଠିତ ବିଭିନ୍ନ ଟିମ୍ ଏହି ୪ ସ୍ଥାନରେ ଛାନଭିନ୍ କରୁଛି ।

ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳାର ମୋଟ ୮ଟି ସ୍ଥାନରେ ତନଖି ଚାଲିଛି । ରବିନାରାୟଣଙ୍କର ଠିକଣା ଆଇଗିଣିଆସ୍ଥିତ  ଏକ ତିନି ମହଲା ବିଶିଷ୍ଟ କୋଠା,  ପାତ୍ରପଡାସ୍ଥିତ ଟାଓ୍ୱାର ବ୍ଲୁ-ହିଲ୍ ର ଏକ ଫ୍ଲାଟ, ଖଣ୍ଡଗିରି ସପିଂ ପ୍ଲାଜାସ୍ଥିତ ୨ଟି ଦୋକାନ, ନୟାପଲ୍ଲୀସ୍ଥିତ ତ୍ରିବେଣୀ ଅଟୋଟେକ୍ ପ୍ରା. ଲିମିଟେଡ୍, କେନ୍ଦ୍ରାପଡା ଜିଲ୍ଲା ଦାନପୁରସ୍ଥିତ ପୈତୃକ ଘର, ଓଷ୍ଟାପୁର କାନସରାସ୍ଥିତ ସମ୍ପର୍କୀୟଙ୍କ ଘର, ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପହଞ୍ଚି ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ କରୁଛି ।

 

Comments are closed.