Latest Odisha News

ଆଦିବାସୀ ସମ୍ପ୍ରଦାୟ ଉପରେ ବୟାନ ଦେଇ ଫସିଲେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡା

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ବିରୋଧରେ ଆଦିବାସୀ ସମ୍ପ୍ରଦାୟକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଏସସି/ଏସଟି ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ବିଜୟଙ୍କର ଆଗାମୀ ଚଳଚ୍ଚିତ୍ର ‘ରେଟ୍ରୋ’ ଅଡିଓ ଲଞ୍ଚ ଇଭେଣ୍ଟ ସମୟରେ ସେ ଆଦିବାସୀ ସଂପ୍ରଦାୟକୁ ନେଇ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଜନଜାତି ସମ୍ପ୍ରଦାୟର ମିଳିତ କାର୍ଯ୍ୟ କମିଟିର ରାଜ୍ୟ ସଭାପତି ନେନାବଥ ଅଶୋକ କୁମାର ନାୟକ।

ସାଇବରାବାଦର ରାଇଦୁର୍ଗମ୍ ପୋଲିସ ବିଜୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ବିଜୟ ତାଙ୍କ ବୟାନ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି।

ବିଜୟ ଏହି ବିବାଦ ଉପରେ କ୍ଷମା ମାଗି ଲେଖିଛନ୍ତି- ‘ମୁଁ ଜାଣିବାକୁ ପାଇଛି ଯେ ରେଟ୍ରୋ ଅଡିଓ ଲଞ୍ଚ ଇଭେଣ୍ଟ ସମୟରେ ମୋ ଦ୍ୱାରା କରାଯାଇଥିବା ଏକ ମନ୍ତବ୍ୟ କିଛି ଲୋକଙ୍କୁ ଆଘାତ ଦେଇଛି। ମୁଁ ଆନ୍ତରିକତାର ସହିତ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋର କୌଣସି ସମ୍ପ୍ରଦାୟକୁ ଆଘାତ ଦେବା କିମ୍ବା ଟାର୍ଗେଟ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ଯଦି ଅଜାଣତରେ ସେଭଳି କିଛି ହୋଇଛି ତେବେ କ୍ଷମା ମାଗୁଛି।

ତେବେ ଶେଷ ଥର ପାଇଁ  ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ‘କଳକି ୨୮୯୮ ଏଡି’ ଚଳଚ୍ଚିତ୍ରରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲେ।  ଏହା ପୂର୍ବରୁ ସେ ‘ଦି ଫ୍ୟାମିଲି ଷ୍ଟାର’ ଚଳଚ୍ଚିତ୍ରରେ ଗୋବର୍ଦ୍ଧନ ନାମକ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ମୃଣାଳ ଠାକୁର ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ଏକ ମଧ୍ୟବିତ୍ତ ପରିବାରର ପୁଅ ଉପରେ ଆଧାରିତ ଥିଲା ଯାହା ଉପରେ ସମଗ୍ର ପରିବାରର ଦାୟିତ୍ବ ରହିଥିଲା। ଏହି ଫିଲ୍ମଟି ପରଶୁରାମଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଏହା ପୂର୍ବରୁ ସେ ‘ଲାଇଗର’ ନାମକ ଏକ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ।

 

Comments are closed.