Latest Odisha News

ଦୁର୍ଘଟଣା ପରେ ବିଜୟ ଦେବରକୋଣ୍ଡାଙ୍କ ପ୍ରତିକ୍ରିୟା…

ହାଇଦ୍ରାବାଦ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ଦେବରକୋଣ୍ଡା ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣା ଜୋଗୁଲାମ୍ବା ଜିଲ୍ଲାର ଜାତୀୟ ରାଜପଥ ୪୪ରେ ଘଟିଛି।

ରିପୋର୍ଟ ଅନୁଯାୟୀ ତାଙ୍କ କାରକୁ ପଛରୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଏଥିରେ ଅଭିନେତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି। ବିଜୟଙ୍କ ଡ୍ରାଇଭର ତୁରନ୍ତ ଘଟଣା ବିଷୟରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏକ ଅଭିଯୋଗ ଦାଖଲ କରି ତଦନ୍ତ ଆରମ୍ଭ କରିଛି।

ତେବେ ଦୁର୍ଘଟଣା ପରେ ବିଜୟ ପ୍ରତିକ୍ରିୟା ଦେଇଛନ୍ତି। ଅଭିନେତା ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, “ସବୁକିଛି ଠିକ୍ ଅଛି। ଗାଡ଼ି ଧକ୍କା ହୋଇଥିଲା, କିନ୍ତୁ ଆମେ ସମସ୍ତେ ଠିକ୍ ଅଛୁ। ମୋର ମୁଣ୍ଡବିନ୍ଧା ହେଉଛି, କିନ୍ତୁ ବିରିଆନି ଏବଂ ନିଦ ସବୁକିଛି ଠିକ୍ କରିଦେବ। ତେଣୁ ଆପଣ ସମସ୍ତଙ୍କୁ ବହୁତ ପ୍ରେମ ଏବଂ ସ୍ନେହ। ତେବେ ଏହି ଖବରକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ। ସବୁକିଛି ଠିକ୍ ଅଛି।”

ତେବେ ଘଟଣା ବିଷୟରେ ପୋଲିସ କହିଛି, “ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ କାର ପୁଟ୍ଟାପର୍ଥିରୁ ହାଇଦ୍ରାବାଦ ଯାଉଥିବା ସମୟରେ ଜୋଗୁଲାମ୍ବା ଗଡୱାଲ ଜିଲ୍ଲାର ଉଣ୍ଡାଭାଲିରେ ଅନ୍ୟ ଏକ ଗାଡି ସହିତ ଧକ୍କା ହୋଇଥିଲା। ତାଙ୍କ କାରର ବାମ ପାର୍ଶ୍ୱ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କୌଣସି ମୃତାହତ ହୋଇନାହିଁ।”

 

Comments are closed.