ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ସାହସିକତା ଏବଂ ବୀରତ୍ୱ ପାଇଁ ସାରା ବିଶ୍ବରେ ପରିଚିତ । ବିଭିନ୍ନ ସମୟରେ ସେନା ଅନେକ ଯୁଦ୍ଧର ମୁକାବିଲା କରିଛି, ଯେଉଁଥିରେ ସେନା ଦେଖାଇଛି ବୀରତ୍ବର ପରାକାଷ୍ଠା। ଏହାରି ମଧ୍ୟରେ, ବାଂଲାଦେଶର ସ୍ବାଧୀନତା ପାଇଁ ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ କରି ବିଜୟ ଲାଭ କରିଥିଲା ଭାରତୀୟ ସେନା।
କିପରି ଗଠନ ହେଲା ବାଂଲାଦେଶ ?
ବିଭାଜନ କାରଣରୁ ଦୁଇ ଭାଗରେ ବିଭକ୍ତ ହେଲା ଭାରତ। ଏଥିରେ ଗୋଟିଏ ଭାଗର ନାମ ପୂର୍ବ ପାକିସ୍ତାନ ଏବଂ ଅନ୍ୟ ଭାଗର ନାମ ପଶ୍ଚିମ ପାକିସ୍ତାନ ଥିଲା। ଏଥିରେ ବଙ୍ଗଳାର ଏକ ବଡ଼ ଅଂଶ ପୂର୍ବ ପାକିସ୍ତାନ ଭାବରେ ଜଣାଶୁଣା ଥିଲା। ତେବେ ପୂର୍ବ ପାକିସ୍ତାନକୁ ପଶ୍ଚିମ ପାକିସ୍ତାନ ଦୃଢ ବିରୋଧ କରିଥିଲା। ପ୍ରାୟ ୨୪ ବର୍ଷ ଧରି ପୂର୍ବ ପାକିସ୍ତାନ ପଶ୍ଚିମ ପାକିସ୍ତାନ ଦ୍ୱାରା ଶାସିତ ହେବାପରେ ଗଠିତ ହୋଇଥିଲା ବାଂଲାଦେଶ।
୯୩୦୦୦ ସୈନିକ କରିଥିଲେ ଆତ୍ମସମର୍ପଣ
ସ୍ୱାଧୀନତା ପାଇଁ ପାକିସ୍ତାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା ବାଂଲାଦେଶ।୩ ଡିସେମ୍ବର ୧୯୭୧ ରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଏଥିରେ ଭାରତ ମଧ୍ୟ ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିଲା। ଏହି ଯୁଦ୍ଧର ନେତୃତ୍ବ ନେଇଥିଲେ ଫିଲ୍ଡ ମାର୍ଶଲ ମାଣିକ ଖାଁ। ତେବେ ଯୁଦ୍ଧରେ ଭାରତର ପ୍ରାୟ ୪୦୦୦ ସାହସୀ ସୈନିକ ଶହୀଦ ହୋଇଥିଲେ। ମୋଟ ୧୩ ଦିନ ଧରି ଚାଲିଥିବା ପରାସ୍ତ ହୋଇଥିଲା ପାକିସ୍ତାନୀ ସେନା। ଶେଷରେ ଡିସେମ୍ବର ୧୬ ତାରିଖରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଏଏ ନିୟାଜି ଖାନ ୯୩ ହଜାର ସୈନିକଙ୍କ ସହିତ, ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲା।
କାହିଁକି ପାଳିତ ହୁଏ ବିଜୟ ଦିବସ ?
ମୋଟ ୧୩ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ, ଆତ୍ମସମର୍ପଣ କରିଥିଲା ପାକିସ୍ତାନୀ ସେନା। ପାକିସ୍ତାନର ପରାଜୟ ପରେ ସ୍ବାଧୀନ ହୋଇଥିଲା ବାଂଲାଦେଶ। ଏହି ଦିନକୁ ବିଜୟ ଦିବସ ଭାବରେ ମନେ ପକାଇ ସମଗ୍ର ଦେଶ ଆମର ସାହସୀ ସେନାକୁ ସଲାମ କରିଥାଏ । ଏହି ଦିନରେ ଆମେ ବୀର ସୈନିକମାନଙ୍କୁ ସଲାମ କରିବା ସହିତ ଭାରତୀୟ ଭାବରେ ଗର୍ବ କରିବା ଉଚିତ।
ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ
Comments are closed.