Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ଚିନ୍ନାସ୍ୱାମୀରେ ଖେଳାଯିବନି ବେଙ୍ଗାଲୁର ମ୍ୟାଚ

ବେଙ୍ଗାଲୁର: ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର କୌଣସି ମ୍ୟାଚ ଖେଳା ଯିବନି । ଫଳରେ ଏଠାରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ଏବେ ସମସ୍ତ ମ୍ୟାଚ ବେଙ୍ଗାଲୁରର ସେଂଟର ଅଫ ଏକ୍ସିଲେନ୍ସିରେ ଖେଳାଯିବ । ସୁରକ୍ଷା ଦୃଷ୍ଟି କୋଣରୁ କର୍ଣ୍ଣାଟକ ସରକାର ଏହି ନିଷ୍ପତି ନେଇଛି । କୋହଲି ଦୀର୍ଘ ଦିନ ପରେ ଦିଲ୍ଲୀ ଟିମ ପକ୍ଷରୁ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ଯାଉଛନ୍ତି । ୨୪ ଡିସେମ୍ବରରେ ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ହେବ ।

କର୍ଣ୍ଣାଟକ କ୍ରିକେଟ ଆସୋସିଏଶନ ପକ୍ଷରୁ ମଧ୍ୟ ଚିନ୍ନାସ୍ୱାମୀ ମ୍ୟାଚ ଖେଳାଯିବନି ବୋଲି ସ୍ପଷ୍ଟ କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରେ ଏହି ମ୍ୟାଚ ଦର୍ଶକଙ୍କ ବିନା ଖେଳାଯିବ । ୨୦୧୦ରେ କୋହଲି ଶେଷ ଥର ପାଇଁ ଏହି ମୁକାବିଲାରେ ଖେଳିଥିଲେ । ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ଖେଳାଳିମାନଙ୍କୁ ଘରୋଇ କ୍ରିକେଟରେ ଖେଳିବା ପାଇଁ ବିସିସିଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.