Latest Odisha News

ବିଜୟ ହଜାରେ ଟ୍ରଫି: ସିକ୍କିମ ବିପକ୍ଷରେ ଓଡିଶାର ସହଜ ବିଜୟ

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ରବିବାର ଓଡିଶା ୯ ୱିକେଟରେ ସିକ୍କିମକୁ ପରାସ୍ତ କରିଛି । ଅପେକ୍ଷାକୃତ ଦୁର୍ବଳ ଟିମକୁ ହରାଇବା ପାଇଁ ଓଡିଶାକୁ ବିଶେଷ କଷ୍ଟ କରିବାକୁ ପଡି ନ ଥିଲା । ୬ ମ୍ୟାଚରୁ ଓଡିଶାର ଏହା ତୃତୀୟ ବିଜୟ । ତେବେ ଏହି ବିଜୟ ସତ୍ୱେ ଓଡିଶାର ନକଆଉଟ ପ୍ରବେଶ ଭାଗ୍ୟ ଖୋଲିନାହିଁ । ପ୍ରଥମେ ବ୍ୟାଟିଂ କରି ସିକ୍କିମ ୩୪.୪ ଓଭରରେ ୧୧୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପାଲଜୋର ତମାଙ୍ଗ ୪୨ରନ କରିଥିଲେ । ଓଡିଶା ପକ୍ଷରୁ ଦେବବ୍ରତ ପ୍ରଧାନ ୧୬ ରନରେ ୪ଟି ଓ ତାରିଣୀ ସ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ୧୧୨ ରନର ବିଜୟ ଲକ୍ଷ୍ୟକୁ ଓଡିଶା ୨୧.୫ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା । ସନ୍ଦୀପ ପଟ୍ଟନାୟକ ୫୭ ଓ କାର୍ତିକ ବିଶ୍ୱାଳ ୪୪ ରନ କରି ଅପରାଜିତ ରହିଥିଲେ । ୬ ମ୍ୟାଚରୁ ୧୨ ପଂଏଟ ହାସଲ କରି ଓଡିଶା ଗ୍ରୁପ ଏରେ ଷଷ୍ଠ ସ୍ଥାନରେ ରହିଛି । ଡିସେମ୍ବର ୫ରେ ଓଡିଶା ତାର ପରବର୍ତୀ ମୁକାବିଲାରେ ମୁମ୍ବାଇକୁ ଭେଟିବ ।

Comments are closed.