ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଚମତ୍କାର ପ୍ରଦର୍ଶନ ସହ ଦିଲ୍ଲୀ, ସୌରାଷ୍ଟ୍ର, ପଞ୍ଜାବ, ମୁମ୍ବାଇ, ୟୁପି, ବିଦର୍ଭ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟରେ ୩୨ଟି ଟିମ ଅଂଶଗ୍ରହଣ କରିଛନ୍ତି । ବେଙ୍ଗାଲୁରର ସିଓଇରେ ୧୨ ଓ ୧୩ ଜାନୁୟାରୀରେ ସମସ୍ତ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସମସ୍ତ ମ୍ୟାଚ ସକାଳ ୯ଟାରୁ ଆରମ୍ଭ ହେବ ।
ଏହା ପରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ । ଜାନୁୟାରୀ ୧୮ରେ ଟାଇଟଲ ମୁକାବିଲା ହେବ । କ୍ୱାର୍ଟରରେ କର୍ଣ୍ଣାଟକ-ମୁମ୍ବାଇ, ୟୁପି-ସୌରାଷ୍ଟ୍ର, ପଞ୍ଜାବ-ମଧ୍ୟପ୍ରଦେଶ, ଦିଲ୍ଲୀ-ବିଦର୍ଭ ପରସ୍ପରକୁ ଭେଟିବେ । ଓଡିଶା ଆରମ୍ଭରୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଓଭରାଲ ୭ ମ୍ୟାଚରୁ ୧୨ ପଂଏଟ ହାସଲ କରିଥିଲା । ଏଥିରେ ୩ ବିଜୟ ଓ ୪ ପରାଜୟ ସାମିଲ । ଓଡିଶା ଗ୍ରୁପ ଡି ପଂଏଟ ଟେବୁଲରେ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ।