Latest Odisha News

BREAKING NEWS

ବିଜୟଙ୍କ ଶେଷ ଫିଲ୍ମ ଅକ୍ଟୋବର ୨୦୨୫ରେ ହେବ ରିଲିଜ

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଫିଲ୍ମ ଦଳପତି ୬୯ର ରିଲିଜ ଡେଟ କେବେ ହେବ ତାର ଘୋଷଣା ମେକର୍ସ କରିଛନ୍ତି । ବିଜୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏହା ତାଙ୍କର ଶେଷ ଫିଲ୍ମ ହେବ କହିଥିଲେ । କେଭିଏନ ପ୍ରଡକ୍ସନ ଏହି ଫିଲ୍ମ ନିର୍ମାଣ କରୁଛି । ଆସନ୍ତା ବର୍ଷ ଅକ୍ଟୋବରରେ ଫିଲ୍ମ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ଅବସରରେ ନିର୍ମାତାଙ୍କ ପକ୍ଷରୁ ଏହାର ପ୍ରଥମ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଏଥିରେ ବିଜୟଙ୍କ ହାତରେ ଏକ ମଶାଲ ଜଳୁଥିବା ଦେଖାଯାଉଛି । ଲୋକତନ୍ତ୍ରର ମଶାଲ ବାହକ ଖୁବ ଶୀଘ୍ର ଆସୁଛନ୍ତି । ଏଚ ବିନୋତ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ନିର୍ମାତାଙ୍କ ପ୍ରଥମ ତାମିଲ ଫିଲ୍ମ । ପୋଷ୍ଟର ଶେୟାର କରିବା ପୂର୍ବରୁ ବିଜୟଙ୍କ ଇଣ୍ଡଷ୍ଟ୍ରିର ୩୦ର ଯାତ୍ରାକୁ ଭିଡିଓ ମାଧ୍ୟମରେ ଦେଖାଇଥିଲେ । ମାଲାୟଲମ ସୁପରଷ୍ଟାର ମୋହନଲାଲ ଏହି ଫିଲ୍ମରେ ଏକ ଗୁରୁତ୍ୱପୂଣ୍ଡ ଭୂମିକା କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେହିପରି ସାମନ୍ଥା ରୁଥ ପ୍ରଭୂଙ୍କ ସହ ବିଜୟଙ୍କ ନାୟିକା ହେବା ପାଇଁ ଆଲୋଚନା ଚାଲିଛି । ଅକ୍ଟୋବରରୁ ଫିଲ୍ମର ଶୁଟିଂ ଆରମ୍ଭ ହେବ ।

Comments are closed.