Latest Odisha News

BREAKING NEWS

ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଗୁଜରାଟ ବିଧାନସଭା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପ ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ବିଜୟ ରୂପାଣୀ ଓ ନୀତିନ ପଟେଲଙ୍କ ବ୍ୟତୀତ ଆଉ କିଛି ନେତା ମଧ୍ୟ ଚଳିତ ଥର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି । ରୂପାଣୀଙ୍କ କ୍ୟାବିନେଟକେ ଶିକ୍ଷା ମନ୍ତ୍ରୀ ରହିଥିବା ଭୁପେନ୍ଦ୍ର ସିଂହ ଚୁଡାସମା ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ ।

ଏଥିର ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ସିଂ ଜାଡ଼େଜା, ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଶକ୍ତି ମନ୍ତ୍ରୀ ସୌରଭ ପଟେଲ, ଭାବନଗର ବିଧାୟକ ବିଭାବରି ବେନ ଦେବ ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ ।

ସୂଚନାଯୋଗ୍ୟ, ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ୮ ତାରିଖରେ ହିମାଚଳ ପ୍ରଦେଶ ସହ ପ୍ରକାଶ ପାଇବ ଗୁଜରାଟ ନିର୍ବାଚନ ଫଳାଫଳ ।

Leave A Reply

Your email address will not be published.