Latest Odisha News

BREAKING NEWS

JSPL ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟା ଘଟଣା, ଗେଷ୍ଟ ହାଉସ୍ ରୋଷେୟା ଗିରଫ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ପାୱାର୍ ମିଲିଟେଡ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟାର ୨ ଦିନ ପରେ ପୋଲିସକୁ ସଫଳତା ମିଳିଛି । ଲଜିଷ୍ଟିକ ମ୍ୟାନେଜର ମୋତିରାମ ପାଲଙ୍କୁ ହତ୍ଯା ଘଟଣାରେ ଲହୁଣୀପଡ଼ା ପୋଲିସ ବରସୁଆଁ ସ୍ଥିତ କମ୍ପାନୀ ଗେଷ୍ଟ ହାଉସର ରୋଷେୟାକୁ ଗିରଫ କରିଛି ।

ଗିରଫ ରୋଷେୟା ଜଣଙ୍କ ସୁନିଲ ତ୍ରିପାଠୀ । ପୋଲିସ ସୂଚନା ଅନୁସାରେ, ବିଗତ କିଛି ମାସ ହେଲା ରୋଷେୟାକୁ ମୋତିରାମ ପାଲ୍ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏପରିକି କାମରୁ ବାହାର କରି ଦେବା ଲାଗି ଧମକ ଦେଇଥିଲେ ।

ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ରୋଷେୟା, ମୋତିରାମ ଶୋଇଥିବା ବେଳେ ଆକ୍ରମଣ କରିଥିଲା । କିନ୍ତୁ ଜୀବନରେ ମାରି ଦେବାକୁ ଭାବି ନଥିଲା । ଆଉ ଆକ୍ରମଣ ବେଳେ ମୋତିରାମ ଉଠି ପଡ଼ିବାରୁ ଧସ୍ତାଧସ୍ତିରେ ରୋଷେୟା ଧରିଥିବା ଧାରୁଆ ଅସ୍ତ୍ରରେ ମୋତିରାମଙ୍କ ମୃତ୍ୟୁ ହୋଇଥିଲା । ରୋଷେୟା ସୁନିଲ୍ ତ୍ରିପାଠୀ ପୋଲିସ ଆଗରେ ଦୋଷ ସ୍ୱିକାର କରିଛି ।

Leave A Reply

Your email address will not be published.